ମମତାଙ୍କୁ ବଡ ଝଟକା: ଟିଏମସିର ୨ ବିଧାୟକଙ୍କ ସମେତ ଅନେକ କର୍ମୀ ବିଜେପିରେ ମିଶିଲେ

ନୁଆଦିଲ୍ଲୀ ୨୮/୫: ପଶ୍ଚିମବଙ୍ଗରେ ୩ ବିଧାୟକ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି ଯେଉଁଥିରେ ବିଜେପି ନେତା ମୁକୁଲ ରାୟଙ୍କ ପୁତ୍ର ଶୁଭ୍ରାଶୁଂ ରାୟ ମଧ୍ଯ ସାମିଲ ଅଛନ୍ତି । ଲୋକସଭା ନିର୍ବାଚନରେ ନିଜ ପ୍ରଭାବ ପ୍ରଦର୍ଶନ କରିବା ପରେ ବିଜେପି ଏବେ ରାଜ୍ୟରେ ନିଜର ସ୍ଥିତି ଆହୁରି ମଜଭୁତ କରିବାରେ ଲାଗିପଡିଛି ।
ସାଧାରଣ ନିର୍ବାଚନର ଫଳ ବାହାରିବା ପରେ ଶୁଭ୍ରାଶୁଂ ରାୟଙ୍କୁ ଦଳ ବିରୋଧୀ କାର୍ଯ୍ଯ ପାଇଁ ତୃଣମୂଳ କଂଗ୍ରେସରୁ ନିଲମ୍ବିତ କରିଦିଆଯାଇଥିଲା । ପାର୍ଟି ମୁଖ୍ଯାଳୟରେ ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ଏମାନେ ପାର୍ଟିରେ ସାମିଲ ହୋଇଛନ୍ତି ।
ବିଜେପି ନେତା ଅନିଲ୍ ବଲୁନି କହିଛନ୍ତି ଯେ ପାର୍ଟିରେ ସାମିଲ ହୋଇଥିବା ଅନ୍ଯ ବିଧାୟକଙ୍କ ମଧ୍ଯରେ ଟିଏମସିର ତୁଷାରକାନ୍ତି ଭଟାଚାର୍ଯ୍ଯ ଓ ମାକପାର ଦେବେନ୍ଦ୍ର ନାଥ ରାୟ ମଧ୍ଯ ସାମିଲ ଅଛନ୍ତି । ଏହା ବ୍ଯତୀତ ଅନେକ କର୍ମୀ ମଧ୍ଯ ପାର୍ଟିରେ ଯୋଗଦେଇଛନ୍ତି ।