ଫିରିଙ୍ଗିଆ, ୨/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ମୂଳ ପୋଛ କରିବା ପାଇଁ ଜୋର ସୋର ପ୍ରୟାସ ଜାରି ରହିଛି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ଟନ ଟନ ଗଞ୍ଜେଇ ଜବତ ହେଉଥିବା ବେଳେ ଗଞ୍ଜେଇ ଚାଷ କିମ୍ବା ଚାଲାଣରେ କୌଣସି ରୋକ ଲାଗି ପାରୁନାହିଁ l ଗତ କିଛି ଦିନ ତଳେ ଫିରିଙ୍ଗିଆ ପୋଲିସ ଟନ ଟନ ଗଞ୍ଜେଇ ଜବତ କରିଥିଲେ। ଏପରିକି ହେଁ ବହୁ ଦାମୀ ଗାଡି ସହ ଗଞ୍ଜେଇ ଚାଲାଣ କାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏବେ ପୁଣି ଗୋଚ୍ଛାପଡା ପୁଲିସ ବୁଧବାର ଗୋଚ୍ଛା ପଡା ଅଧୀନ ପକାରୀ ପଞ୍ଚାୟତ ବିଜାମାରି ଗାଁ ଜଙ୍ଗଲ ରେ ଚଢ଼ାଉ କରି ୨ ଟନ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି।
ଗୋଚ୍ଛାପଡା ପୁଲିସକୁ ଗଞ୍ଜେଇ ବିଜମାରି ଗାଁ ଜଙ୍ଗଲରେ ଗଛିତ ରଖି ଚାଲାଣ ହେବାକୁ ଥିବା ସୂଚନା ମିଳିଥିଲା l ଗୋଚ୍ଛା ପଡା ଥାନା ଅଧିକାରୀ ସଞ୍ଜିତ କୁମାର ବେହେରାଙ୍କ ନିର୍ଦେଶରେ ଏବଂ ଏସ ଆଇ ଅନନ୍ତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ବିଜାମାରି ଗାଁ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ଶହେଟି ବସ୍ତା ରେ ଗଞ୍ଜେଇ ରଖାଯାଇଥିଲା। ପୁଲିସ ଗଞ୍ଜେଇ ଜବତ କରିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଓଜନ ପରେ ଦୁଇ ହଜାର ପାଞ୍ଚ ସହ କୋଡିଏ କେଜି ଗଞ୍ଜେଇ ହୋଇଥିଲା ବୋଲିଗୋଚ୍ଛା ପଡା ଥାନା ଅଧିକାରୀ ସଞ୍ଜିତ କୁମାର ବେହେରା ସୂଚନା ଦେଇଛନ୍ତି l