ହାରାରେ,୨୪/୦୧:  ଚଳିତ ୧୯ ବର୍ଷରୁ କମ ଦିନିକିଆ ବିଶ୍ୱକପ୍‌ରେ ଅନ୍ତିମ ଲିଗ ମ୍ୟାଚ ଖେଳାଯିବ । ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ଏହି ମ୍ୟାଚ ଅସଲ ପରୀକ୍ଷା ନେଇ ଆସିଛି । କାରଣ ଭାରତ ପ୍ରଥମ ୨ଟି ମ୍ୟାଚରେ ଯଥାକ୍ରମେ ୟୁଏସଏ ଓ ବାଂଲାଦେଶକୁ ପରାସ୍ତ କରିଥିଲା । ନ୍ୟୁଜିଲାଣ୍ଡର ୨ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଛି । ଉଭୟ ମ୍ୟାଚ୍‌ରୁ ନ୍ୟୁଜିଲାଣ୍ଡ ୨ ପଏଣ୍ଟ ହାସଲ କରିଛି । ଗ୍ରୁପ୍ ବି’ରେ ୩ ପଏଣ୍ଟ ସହ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ବିଜୟ ସହ ନ୍ୟୁଜିଲାଣ୍ଡ ଆଉ ୨ ପଏଣ୍ଟ ଅକ୍ତିଆର କରିବାକୁ ପ୍ରୟାସ କରିବ ।

ଫର୍ମାଟ୍ ଅନୁଯାୟୀ ପ୍ରତି ଗ୍ରୁପ୍‌ରୁ ୩ଟି ଲେଖାଏଁ ଦଳ ସୁପର-ସିକ୍ସ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ । ଅନ୍ତିମ ସ୍ଥାନ ହାସଲ କରିଥିବା ଦଳଗୁଡ଼ିକ ଟାଇଟଲ ଦୌଡ଼ରୁ ବାଦ ପଡ଼ିବେ । ମୋଟ୍ ୧୨ଟି ଦଳ ସୁପର-ସିକ୍ସରେ ପ୍ରବେଶ କରିବେ । ଏହି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯିବ । ପ୍ରତି ଗ୍ରୁପରେ ୬ଟି ଲେଖାଏଁ ଦଳ ରହିବେ । ଗ୍ରୁପ୍ ଏ’ ଓ ଗ୍ରୁପ୍ ଡି’ର ଶ୍ରେଷ୍ଠ ୩ଲେଖାଏଁ ଦଳ ଗୋଟିଏ ଗ୍ରୁପ୍ରେ, ଗ୍ରୁପ୍ ବି ଓ ସି’ ଅନ୍ୟ ଗ୍ରୁପରେ ସ୍ଥାନ ପାଇବେ । ଗ୍ରୁପ୍ ବି’ରୁ କେବଳ ୟୁଏସଏ ବାଦ ପଡ଼ିବ । ବାକି ୩ଟି ଯାକ ଦଳ ସୁପର ସିକ୍ସ ରାଉଣ୍ଡରେ ପ୍ରବେଶ କରିବେ । ପରବର୍ତ୍ତୀ ରାଉଣ୍ଡକୁ ଯିବା ପୂର୍ବରୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ନିଜ ନିଜର ଶକ୍ତି ପରୀକ୍ଷା କରିବାକୁ ଗ୍ରାଉଣ୍ଡକୁ ଓହ୍ଲାଇବେ ।

ଭାରତୀୟ ଦଳ: ଆୟୂଷ ମାହତ୍ରେ (ଅଧିନାୟକ), ଭିହାନ ମଲହୋତ୍ରା (ଉପ ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଆରନ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂହ, ଆରଏସ ଅମ୍ବ୍ରିସ, କନିଷ୍କ ଚୌହାନ, ଖିଲାନ ପଟେଲ, ମହମ୍ମଦ ଇନାନ, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ, କିଷନ କୁମାର ସିଂହ, ଉଦ୍ଧବ ମୋହନ।

ଆହୁରି ପଢ଼ନ୍ତୁ:- ରାୟପୁରରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଟିମ ଇଣ୍ଡିଆ, ସୂର୍ଯ୍ୟକୁମାର ଏବଂ ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ