ରାୟପୁର, ୨୩/୧ : ଦ୍ବିତୟ ଟି-୨୦ରେ ଟିମ୍ ଇଣ୍ଡିଆ ବିଜୟୀ । ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଭାରତ । ୨୮ ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇ ଘରୋଇ ଦଳ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ୨-୧ରେ ଆଗୁଆ ଭାରତ । ଇଶାନ କିଶନ ୩୨ ବଲରେ ୭୬ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୮୨ ରନ୍ କରି ଅପରାଜିତ ରହିଛନ୍ତି ସ୍କାଏ ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ତେବେ ପ୍ରଥମ ମଇଦାନକୁ ଓହ୍ଲାଇଥିବା କିଓ୍ବି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ୍ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେନ ସାଣ୍ଟନର ସର୍ବାଧିକ ୪୭ ରନ୍ କରିଥିବା ବେଳେ, ରଚିନ ରବିନ୍ଦ୍ରନ ୪୪ ରନ୍, ଟିମ୍ ସେଫର୍ଟ ୨୪, ଡେଭନ୍ କନଓ୍ବେ ୧୯, ଗ୍ଳେନ୍ ଫିଲିପ୍ସ ୧୯, ଡାରିଲ ମିଚେଲ ୧୮, ଜାକାରି ଫୁଲକର୍ସ ୧୫ ଏବଂ ମାର୍କ ଚାମ୍ପମାନ ୧୦ ରନ୍ କରିଥିଲେ। ତେବେ ଭାରତ ପକ୍ଷରୁ ବୋଲିଂରେ କୁଲଦିବ ଯାଦବ ୨ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। 

ଭାରତ ଆଗରେ ୨୦୯ ରନର ଲକ୍ଷ୍ୟ ରହିଥିବାବେଳେ ୨୮ ବଲ ବାକି ଥାଇ ଭାରତ ଏହାକୁ ପୂରଣ କରିଛି । ପ୍ରଥମରୁ ଭାରତକୁ ଝଟକା ଲାଗିଥିଲା । ସଞ୍ଜୁ ସାମସନ ମାତ୍ର ୫ ରନ ଏବଂ ଅଭିଶେକ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ମାତ୍ର ପରେ ଇଶାନ କିଶନ ୩୨ ବଲରେ ୭୬ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୮୨ କରିଥିଲେ । ଇଶାନ କିଶାନଙ୍କ ପରେ ଶିଭମ ଦୁବେ ୧୮ ବଲରୁ ୩୬ ରନର ପାଳି ଖେଳିଥିଲେ । ଫଳରେ ଭାରତ ୨୮ ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଛି ।

ଆହୁରି ପଢ଼ନ୍ତୁ : ଦ୍ବିତୀୟ ଟି-୨୦ ଆନ୍ତର୍ଜାତୀୟ ମୁକାବିଲା; ଭାରତ ଆଗରେ ୨୦୯ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ​​​​​​​