ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

୧ ଜୁନ୍‌ରୁ ଆବୁଧାବୀରେ ଲାଗୁ ହେବ ନୂଆ ପ୍ରତିବନ୍ଧକ; ଖାଇବା-ପିଇବା ହୋଇଯିବ ମୁସ୍କିଲ୍ !

Image source: TV9

ନୂଆଦିଲ୍ଲୀ,୨୧/୦୫:  ଉଚ୍ଚ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ ଜୀବନ ପାଇଁ ପ୍ରସିଦ୍ଧ ୟୁଏଇ ଆଜିକାଲି ପରିବେଶ ପରିବର୍ତ୍ତନର ପ୍ରଭାବକୁ ସାମ୍ନା କରୁଛି। ବେଳେବେଳେ ଏଠାରେ ଅତ୍ୟଧିକ ଗରମ ଏବଂ ବେଳେବେଳେ ଲଗାତାର ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଦେଶରେ ଦ୍ରୁତ ଆଧୁନିକୀକରଣ ହେତୁ ଅନେକ ସମସ୍ୟା ଉପୁଜିବା ଆରମ୍ଭ କରିଛି। ବର୍ତ୍ତମାନ ଏହାକୁ ରୋକିବା ପାଇଁ ଏଠାରେ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।ସଂଯୁକ୍ତ ରାଷ୍ଟ୍ରର ବୃହତ୍ତମ ଏମିରେଟ୍ ଆବୁଧାବିର ପରିବେଶ ଏଜେନ୍ସି ଏବଂ ଅର୍ଥନୈତିକ ବିକାଶ ବିଭାଗ ଘୋଷଣା କରିଛି ଯେ ଜୁନ୍ ୧ ରୁ ଆବୁଧାବିରେ ଏକକ ବ୍ୟବହାର ଷ୍ଟିରୋଫାମ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଯିବ। ଷ୍ଟିରୋଫୋମ୍ ଉତ୍ପାଦଗୁଡ଼ିକରେ ଏକକ-ବ୍ୟବହାର କପ୍, ଢ଼ାଙ୍କୁଣି, ପ୍ଲେଟ୍, ପାନୀୟ ପାତ୍ର ଏବଂ ଖାଦ୍ୟ ପାତ୍ର ଆଦି ରହିଛି। ସାମୁଦ୍ରିକ ପ୍ରଦୂଷଣ ବୃଦ୍ଧି ପାଇଁ ଏହି ଉତ୍ପାଦଗୁଡ଼ିକ ଏକ ପ୍ରମୁଖ କାରଣ ଅଟେ।

ଏକକ ବ୍ୟବହାର ପ୍ଲାଷ୍ଟିକରେ ୯୬ ପ୍ରତିଶତ ହ୍ରାସ: 

ମେ ୨୦୨୦ ରେ ଆବୁଧାବିରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନୀତି ଆରମ୍ଭ କରାଯାଇଥିଲା। ଏହି ନୀତି ଅନୁଯାୟୀ, ସମସ୍ତ ଖୁଚୁରା ବ୍ୟବସାୟରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାଗ (ଥରେ ବ୍ୟବହାରଯୋଗ୍ୟ ପ୍ଳାଷ୍ଟିକ୍‌ ଉତ୍ପାଦ) ବିକ୍ରୟ ଉପରେ ନିଷେଧାଦେଶ ୧ ଜୁନ୍ ୨୦୨୨ ରୁ ଲାଗୁ କରାଯାଇଥିଲା। ଯାହା ପରେ ଏହି ବ୍ୟାଗଗୁଡ଼ିକର ବ୍ୟବହାର ୯୫% ହ୍ରାସ ପାଇଥିଲା। ୟୁଏଇର ଅନ୍ୟ ଏମିରେଟ୍ସ ମଧ୍ୟ ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଶାରଜାଠାରେ ଏହି ପ୍ରତିବନ୍ଧକ ୧ ଜାନୁୟାରୀ ୨୦୨୪ ରେ ଆରମ୍ଭ ହୋଇଥିଲା ଏବଂ ଏମିରେଟ୍ ୨୨ ଏପ୍ରିଲରେ ଘୋଷଣା କରିଥିଲା ଯେ ଦେଶରେ ପ୍ଲାଷ୍ଟିକ୍ ବ୍ୟାଗ୍ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। 

ଆଇନ୍‌ର ଅବମାନନା କଲେ ମୋଟା ଅଙ୍କର ଜୋରିମାନା: 

୧ ଜାନୁଆରୀ ୨୦୨୪ ରୁ ଦୁବାଇ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲା। ଯଦି କେହି ଏହାକୁ ବ୍ୟବହାର କରୁଥିବା ବେଳେ ଧରାପଡ଼େ, ତେବେ ୨୧ ହଜାର ଭାରତୀୟ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ। କହିରଖୁଛୁ ଯେ, ୨୦୨୩ ମସିହାରେ ୟୁଏଇର ସମସ୍ତ ୭ ଏମିରେଟ୍‌ରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଯାହା ପରେ ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକର ବ୍ୟବହାର ଦ୍ରୁତ ଗତିରେ ହ୍ରାସ ପାଇଛି, ବର୍ତ୍ତମାନ ରାଜ୍ୟ ଏହିପରି ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ଯାଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.