PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ମହାରାଷ୍ଟ୍ରରେ ଉଦୟପୁର ଭଳି ମାମଲା: କେମିଷ୍ଟଙ୍କୁ ଗଳାକାଟି ହତ୍ୟା, ୬ ଗିରଫ

ଅମରାବତୀ,୨।୭: ମହାରାଷ୍ଟ୍ରର ଅମରାବତୀରେ ୫୪ ବର୍ଷୀୟ ଜଣେ କେମିଷ୍ଟଙ୍କୁ ଗଳାକାଟି ହତ୍ୟା। ମୃତକ ହେଉଛନ୍ତି ଉମେଶ କୋହ୍ଲୋ। ତାଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଜସ୍ଥାନର ଉଦୟପୁରର ଟେଲର କହ୍ନେୟାଲାଲଙ୍କ ଭଳି ଉମେଶ ମଧ୍ୟ ନୂପୁର ଶର୍ମାଙ୍କ ସମର୍ଥନ କରିଥିଲେ। ଅମରାବତୀରେ ଏନ୍ଆଇଏ ଓ ଏଟିଏସ୍‌ର ଦୁଇଟି ଟିମ୍ ଉମେଶଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ କରିବାକୁ ପହଁଞ୍ଚିଛି। ଉମେଶଙ୍କ ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି। ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଏବେ ମଧ୍ୟ ଫେରାର ଅଛି ଓ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବ।

ଏଟିଏସ୍ ସୁତ୍ରରୁ ଜଣାପଡିଛି ଯେ, ମୃତକ ଉମେଶଙ୍କ ଅମରାବତୀରେ ପଶୁ ଖାଦ୍ୟ ଦୋକାନ ରହିଛି। ତାଙ୍କର ଅଧିକାଂଶ ଗ୍ରାହକ ମୁସଲମାନ ସମ୍ପ୍ରଦାୟର, ଯେଉଁ ୬ ଜଣଙ୍କୁ ପୋଲିସ ଗିରଫ କରିଛି, ତାଙ୍କ ଭିତରୁ ଜଣେ ଉମେଶଙ୍କ ଗ୍ରାହକ। ସେ ଅନ୍ୟମାନଙ୍କୁ ଉମେଶଙ୍କ ଫେସବୁକ୍ ପୋଷ୍ଟ ବିଷୟରେ କହିଥିଲା। ପୋଲିସର ସୂଚନା ଅନୁସାରେ, ଉମେଶ ବିଜେପିରୁ ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ କିଛି କମେଣ୍ଟ ଦେଇଥିଲେ। ଅଧିକାରୀଙ୍କୁ ସନ୍ଦେହ ରହିଛି, ଏହି ପୋଷ୍ଟକୁ ନେଇ ଉମେଶଙ୍କୁ ହତ୍ୟା କରାଯାଇଛି।

ଉଲ୍ଲେଖନୀୟ ଯେ, ଗତ ୨୧ ଜୁନ୍‌ରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗୃହ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ଏନଆଇଏକୁ ଦେଇଥିଲା।ସେମାନଙ୍କ ନାଁ ମୁଦାସିର ଅହମ୍ମଦ, ଶାହାରୁଖ ପଠାନ, ଅବଦୁଲ, ଶୋହେବ ଖାନ୍, ଅତିପ୍ ରଶିଦ୍ ଓ ୟୁଶୁଫ୍ ଖାନ୍। ଏହି ଘଟଣା ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କୁ ହତ୍ୟା କରିବାର ଏକ ସପ୍ତାହ ପୂର୍ବରୁ ହୋଇଥିଲା।

ସମ୍ବନ୍ଧିତ ଖବର