ନୂଆଦିଲ୍ଲୀ : ମେଡିଟେସନ ଅର୍ଥାତ୍ ଧ୍ୟାନର ଅଦ୍ଭୁତ କ୍ଷମତାକୁ ଜାଣି ମିଳିତ ଜାତିସଂଘ ୨୧ ଡିସେମ୍ୱରକୁ 'ବିଶ୍ୱ ଧ୍ୟାନ ଦିବସ' ଘୋଷିତ କରିଛି। ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କରଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି। ଭାରତର ସ୍ଥାୟୀ ମିଶନ ଶୁକ୍ରବାର, ୨୦ଡିସେମ୍ୱରରେ ନ୍ୟୁୟର୍କ ସ୍ଥିତ ମିଳିତ ଜାତିସଂଘର ମୁଖ୍ୟାଳୟରେ ପ୍ରଥମ 'ବିଶ୍ୱ ଧ୍ୟାନ ଦିବସ' ଅବସରରେ ବୈଶ୍ୱିକ ଶାନ୍ତି ଓ ସଦଭାବ ପାଇଁ ଧ୍ୟାନ କାର୍ଯ୍ୟକ୍ରମର ଆୟୋଜନ କରିଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ମହାସଭାର ଅଧ୍ୟକ୍ଷ ଫିଲେମୋନ ୟାଙ୍ଗ ,ଅଣ୍ଡର ସେକ୍ରେଟାରୀ ଜେନେରାଲ ଅତୁଲ ଖରେ , ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ଓ ଅନ୍ୟ କିଛି ଅଧିକାରୀ ଉପସ୍ଥିତ ରହିଥିଲେ।
ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ମୁଖ୍ୟ ଭାଷଣ ଦେଇ ଥିଲେ। ଏହାସହ ଶ୍ରୀ ଶ୍ରୀ ରବିଶଙ୍କର ୬୦୦ରୁ ଅଧିକ ଉତ୍ସାହୀ ପ୍ରତିଯୋଗୀଙ୍କୁ ନେଇ ଏକ ବିଶେଷ ଧ୍ୟାନ ପର୍ଯ୍ୟାୟ ମଧ୍ୟ କରାଇ ଥିଲେ। ନିଜର ଭାଷଣରେ ଶ୍ରୀ ଶ୍ରୀ ରବିଶଙ୍କର ଧ୍ୟାନ ସହ ଜଡ଼ିତ ଅନେକ ଲାଭ ଓ ପରିମାପ ଉପରେ ଜୋର ଦେଇଥିଲେ। ଏହାସହ ସେ ଲୋକଙ୍କୁ ଧ୍ୟାନ ବିଷୟରେ ଏବଂ ଏଥିରେ ଥିବା ଉପକାର ବିଷୟରେ ବିସ୍ତୃତରେ କହିଥିଲେ।
'ବିଶ୍ୱ ଧ୍ୟାନ ଦିବସ' ୨୦୨୪ର ଥିମ୍ ‘ବୈଶ୍ୱିକ ଶାନ୍ତି ଓ ସଦଭାବ ପାଇଁ ଧ୍ୟାନ’। ଥିମ୍ ବୈଶ୍ୱିକ ଶାନ୍ତି ଓ ଏକତାକୁ ବୃଦ୍ଧି କରାଇବାରେ ଧ୍ୟାନର ଭୂମିକା ଉପରେ ଜୋର ଦେଇ ଥାଏ। ଆଜି ଏକ ଐତିହାସିକ କ୍ଷଣ , କାରଣ ଦୁନିଆ ପ୍ରଥମେ 'ବିଶ୍ୱ ଧ୍ୟାନ ଦିବସ' ପାଳନ କରୁଛି। ଧ୍ୟାନ ସାରା ଦୁନିଆର ଲୋକଙ୍କୁ ଆନ୍ତରିକ ଶାନ୍ତି ଓ ଆତ୍ମାନୁଶୀଳନ ଆଡ଼କୁ ନେଇ ଯିବାରେ ଏକ ମାର୍ଗଦର୍ଶକ ଆଲୋକ ଭାବେ ଉଭା ହୋଇଛି। ଭାରତର ଇତିହାସ ଓ ସଂସ୍କୃତିରେ ଖୁବ୍ ନିବିଡ଼ ଭାବେ ନିହିତ, ଏହି ଅଭ୍ୟାସ ଭୌଗୋଳିକ ସୀମା ଗୁଡ଼ିକୁ ଅତିକ୍ରମ କରିଛି ଏବଂ ଅନ୍ତରାଷ୍ଟ୍ରୀୟ ସଦଭାବନାକୁ ବୃଦ୍ଧି କରିବା ଓ ମାନସିକ କଲ୍ୟାଣକୁ ବୃଦ୍ଧି କରାଯିବା ପାଇଁ ଏକ ଶକ୍ତିଶାଳୀ ଉପକରଣ ହୋଇ ଯାଇଛି।
ଧ୍ୟାନ କାହିଁକି ଜରୁରୀ –
କହି ରଖୁଛୁ କି, ଏହି ସମୟରେ ପୂରା ଦୁନିଆରେ ମାନସିକ ସ୍ୱାସ୍ଥ୍ୟ ସହ ସମ୍ୱନ୍ଧିତ ଅନେକ ସମସ୍ୟା ବଡ଼ ଚ୍ୟାଲେଞ୍ଜ। ମାନସିକ ସମସ୍ୟା ଗୁଡ଼ିକରେ ଧ୍ୟାନକୁ ବହୁତ ପ୍ରଭାବୀ ମନେକରା ଯାଏ। ଏହାସହ ଧ୍ୟାନ ବ୍ୟକ୍ତିର ମସ୍ତିଷ୍କକୁ ନକାରାତ୍ମକରୁ ସକରାତ୍ମକତା ଆଡ଼କୁ ନେଇ ଯିବାରେ ମୁଖ୍ୟ ଭୂମିକା ସାଜି ଥାଏ। ଏକ ଅଧ୍ୟୟନ ଅନୁସାରେ, ମାନସିକ ସମସ୍ୟା କାରଣରୁ ପ୍ରତି ୪୫ସେକେଣ୍ଡରେ ଗୋଟିଏ ଲେଖାଏଁ ଆତ୍ମହତ୍ୟା ହୋଇ ଥାଏ। ଏହି ସମସ୍ୟାର ସମାଧାନ ଧ୍ୟାନରେ ହିଁ ନିହିତ , ଯାହାକି ଏକ ପ୍ରଭାବୀ ଉପାୟ। ପ୍ରାଚୀନ ବୈଦିକ ଜ୍ଞାନ ଉପରେ ଆଧାରିତ ଏହି ପ୍ରଥାକୁ ଏବେ ପୂରା ଦୁନିଆ ବୁଝିଛି।