ନୂଆଦିଲ୍ଲୀ,୨୧/୧୨:ବଜେଟ ୨୦୨୬ ଏଥର ରବିବାରରେ ଉପସ୍ଥାପନ ହୋଇପାରେ । ୨୦୨୬ ଫେବ୍ରୁଆରି ପହିଲା ଏଥର ରବିବାର ପଡୁଛି । ଏହି ଦିନ ଗୁରୁ ରବିଦାସଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ୨୦୨୫ରେ ଗୁରୁ ରବିଦାସ ଜୟନ୍ତୀ ୧୨ ଫେବ୍ରୁଆରି ବୁଧବାର ଦିନ ପଡିଥିଲା । ସଂସଦର ବଜେଟ୍ ଅଧିବେସନ ମଧ୍ୟରେ ଏହା ପଡ଼ିଥିଲା । ଏହି କାରଣ ଯୋଗୁ ସଂସଦର ଉଭୟ ଗୃହରେ କୌଣସି ବୈଠକ ହୋଇ ନ ଥିଲା । ଏହା ପୂର୍ବରୁ ୧୮ ଫେବ୍ରୁଆରି ୧୯୮୧ରେ ଗୁରୁ ରବିଦାସ ଜୟନ୍ତୀରେ ସଂସଦର କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଥିଲା ।
ଫେବ୍ରୁଆରି ୧ ରେ ବଜେଟ୍ ଉପସ୍ଥାପନ ହେଲେ ୨୦୧୭ରେ ବଜେଟ୍ ତାରିଖ ପରିବର୍ତ୍ତନ ପରେ ପ୍ରଥମ ଥର ରବିବାର ବଜେଟ୍ ଆସିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏହା ୮ମ ବଜେଟ୍ ଏବଂ ମୋଦି ସରକାରଙ୍କ ତୃତୀୟ ପାଳିର ଦ୍ୱିତୀୟ ପୂର୍ଣ୍ଣ ବଜେଟ ହେବ । ଲଗାତର ୮ଟି ବଜେଟ ଉପସ୍ଥାପନା କରିଥିବା ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ ସୀତାରମଣ ।