ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

Jammu and Kashmir: ଜମ୍ମୁକାଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କଲେ ଅମିତ ଶାହ

Published By : Tapas Panda | February 5, 2025 9:47 PM

Image Courtesy: indiatvnews

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ନୂଆଦିଲ୍ଲୀରେ ଜମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି ।  ଏହି ବୈଠକରେ 'ଶୂନ୍ୟ ଅନୁପ୍ରବେଶ' ଲକ୍ଷ୍ୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ ।  ବୈଠକରେ, ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ କେନ୍ଦ୍ର ଶାସିତ ଅଞ୍ଚଳରେ ଆତଙ୍କବାଦର ଇକୋସିଷ୍ଟମ ଦୁର୍ବଳ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଜମ୍ମୁକାଶ୍ମୀରରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ପ୍ରତିବଦ୍ଧ । ସେ ସମସ୍ତ ସୁରକ୍ଷା ଏଜେନ୍ସିକୁ 'ଶୂନ୍ୟ ଅନୁପ୍ରବେଶ' ଲକ୍ଷ୍ୟ ହାସଲ କରି ଆତଙ୍କବାଦ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସମସ୍ତ ସୁରକ୍ଷା ଏଜେନ୍ସିକୁ ଅନୁପ୍ରବେଶ ଏବଂ ଆତଙ୍କବାଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଶାହ।  ସେ କହିଛନ୍ତି, ଆମର ଲକ୍ଷ୍ୟ ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା ହେବା ଦରକାର । 

ସେ କହିଛନ୍ତି, ନାର୍କୋ ନେଟୱାର୍କ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀମାନଙ୍କୁ ସେମାନଙ୍କର କାର୍ଯ୍ୟକଳାପ ପାଇଁ ସମର୍ଥନ ଯୋଗାଇ ଦେଉଛି । ନିଶାଦ୍ରବ୍ୟ ଚୋରାଚାଲାଣରୁ ମିଳୁଥିବା ଅର୍ଥରୁ ବଢ଼ୁଥିବା ଆତଙ୍କବାଦ ପାଣ୍ଠି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ନୂତନ ଅପରାଧ ଆଇନର ସମୟୋଚିତ କାର୍ଯ୍ୟାନ୍ୱୟନକୁ ଦୃଷ୍ଟିରେ ରଖି ସେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ପଦବୀରେ ନୂତନ ନିଯୁକ୍ତି ଦେବାକୁ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । 

ଆତଙ୍କବାଦ ମୁକ୍ତ ଜମ୍ମୁକାଶ୍ମୀର ଲକ୍ଷ୍ୟ ହାସଲ କରିବା ପାଇଁ ଆତଙ୍କବାଦ ବିରୁଦ୍ଧରେ ମୋଦୀ ସରକାରଙ୍କ 'ଶୂନ୍ୟ ସହନଶୀଳତା ନୀତି' ଉପରେ ଶାହ ଗୁରୁତ୍ୱାରୋପ କରିଛନ୍ତି । ସେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସଜାଗ ରହିବାକୁ ଏବଂ ଜମ୍ମୁକାଶ୍ମୀରରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତିର ସମସ୍ତ ପାରାମିଟରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରୟାସକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.