ଅନୁଗୋଳ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିନ୍ଦଲ ପ୍ଲାଣ୍ଟ ପରିସରରେ ଥିବା କୋଭିଡ କେୟାର ସେଣ୍ଟରର ଲୋକାର୍ପଣ କାର୍ଯ୍ୟକ୍ରମରେ ହେବେ ସାମିଲ

ଅନୁଗୋଳ, ୦୧/୦୬ : ଆଜି ଅନୁଗୋଳ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳ ୧୦ଟାରେ ଅନୁଗୋଳ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇ ଜିନ୍ଦଲ ଦ୍ଵାରା ନିର୍ମିତ ପ୍ଲାଣ୍ଟ ପରିସରରେ ଥିବା ୨୭୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟରର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ୨୭୦ ଶଯ୍ୟା ଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସୁବିଧା ରହିବ।
ଏହା ପରେ ମନ୍ତ୍ରୀଙ୍କର ବଳରାମ ପ୍ରସାଦ ଠାରେ ଥିବା ESI କୋଭିଡ ହସ୍ପିଟାଲ ବୁଲିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନରେ ତାଳଚେର କୋଭିଡ ହସ୍ପିଟାଲ ବୁଲି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତାଳଚେର କୋଭିଡ ହସ୍ପିଟାଲ MCL ସହାୟତାରେ ସମ୍ ହସ୍ପିଟାଲ ଦ୍ଵାରା ପରିଚାଳିତ ହେଉଛି। ଏହାପରେ କୋଭିଡ ନିୟନ୍ତ୍ରଣ ପାଇଁ କଣ କଣ ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ସବିଶେଷ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ରହୁଛନ୍ତି।