ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ହେବା ପଛର ରହସ୍ୟ...

ସେଦିନ କେନ୍ଦ୍ରମନ୍ତ୍ରୀଙ୍କ କ୍ବାର୍ଟରରେ କ'ଣ କରୁଥିଲେ ଯୋଗୀ ?

କିଏ କରିଥିଲା ଯୋଗୀଙ୍କୁ ଫୋନ୍ ?

ନୂଆଦିଲ୍ଲୀ: ସାରାଦେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚୟ । ତାଙ୍କ ନିଆରା ଜୀବନଶୈଳୀ, କଠୋର ପ୍ରଶାସନିକ ପରିଚାଳନା, ଅପରାଧିଙ୍କୁ ଦମନ କରିବାର ସ୍ବତନ୍ତ୍ରଶୈଳୀ ପାଇଁ ସେ ବେସ ପରିଚିତ । ଉତ୍ତର ପ୍ରଦେଶରେ କ୍ଷମତା ଗ୍ରହଣ କରିବା ପରେ, ତାଙ୍କ ନୀତି ଗୁଡ଼ିକ ଅନେକ ରାଜ୍ୟରେ ପ୍ରାୟତଃ ଶିରୋନାମାରେ ରହିଛି। ଲୋକମାନେ ପ୍ରାୟତଃ ଦାବି କରନ୍ତି ଯେ, ସେମାନଙ୍କ ରାଜ୍ୟରେ ମଧ୍ୟ ତାଙ୍କ ପରି ଜଣେ ମୁଖ୍ୟମନ୍ତ୍ରୀ ରହିବା ଉଚିତ। କିନ୍ତୁ ସେ ଏହି ପଦବୀରେ କିପରି ପହଞ୍ଚିଲେ ତାହା କଣ ଆପଣ ଜାଣନ୍ତି କି ? ଏବେ କେନ୍ଦ୍ର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହା ପ୍ରକାଶ କରିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଘୋଷଣାକୁ ବ୍ୟକ୍ତିଗତ ଭାବରେ ସେ କିପରି ଦେଖିଥିଲେ ତାହା ବର୍ଣ୍ଣନା କରିଛନ୍ତି…

ନିକଟରେ ଭାରତୀୟ ଜନତା ପାର୍ଟି ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶରେ ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ଘୋଷଣା କରିଛି। ଏହି ଅବସରରେ ଦଳ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ପୀୟୁଷ ଗୋୟଲ ମଧ୍ୟ ଯୋଗ ଦେଇଥିଲେ। ସେ ପଙ୍କଜ ଚୌଧୁରୀଙ୍କୁ ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ନିଯୁକ୍ତି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମ ସମୟରେ, ବିଜେପି କର୍ମୀ ଏବଂ ନେତା ମାନଙ୍କର ଏକ ଗୋଷ୍ଠୀକୁ ସମ୍ବୋଧିତ କରିବା ସମୟରେ, ପୀୟୁଷ ଗୋୟଲ ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟମନ୍ତ୍ରୀ ପଦକୁ ଉତଥାନ କାହାଣୀ ବର୍ଣ୍ଣନା କରିଥିଲେ ଏବଂ ଉତ୍ତର ପ୍ରଦେଶ ସହିତ ତାଙ୍କର ବିଶେଷ ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଉତ୍ତର ପ୍ରଦେଶ ସହିତ ତାଙ୍କର ସମ୍ପର୍କ ବିଶେଷ ଭାବରେ ଘନିଷ୍ଠ।

​​​​​​​

ପୀୟୁଷ ଗୋୟଲ କହିଥିଲେ ଯେ, ଆମେ ବିଶ୍ୱର ସର୍ବବୃହତ ଦଳ ବିଜେପିର ସଦସ୍ୟ। ଆମ ଦେଶରେ ସଦସ୍ୟ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ପ୍ରକ୍ରିୟା ଯେଭଳି ଗଣତାନ୍ତ୍ରିକ ପଦ୍ଧତିରେ ଏବଂ ପାରସ୍ପରିକ ସମନ୍ୱୟ ସହିତ କରାଯାଏ, ତାହା କଳ୍ପନାତୀତ। ଏହି ସମୟରେ ସେ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ହେବାର କାହାଣୀ ମଧ୍ୟ କହିଥିଲେ।

ମୁଖ୍ୟମନ୍ତ୍ରୀ ପାଇଁ କେଉଁଠି ସ୍ଥିର ହୋଇଥିଲା ଯୋଗୀଙ୍କ ନାମ ?...

୨୦୧୭ ବିଧାନସଭା ନିର୍ବାଚନରେ ବିଜୟ ପରେ ସରକାର ଗଠନର ସମୟକୁ ମନେ ପକାଇଥିଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ । ଆଉ କହିଥିଲେ କି, " ମୋର ସୌଭାଗ୍ୟ। ଯୋଗୀ ଜୀ ସେହି ମୁହୂର୍ତ୍ତକୁ ମନେ ରଖିଥିବେ ନିଶ୍ଚୟ, ଯେତେବେଳେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଅମିତ ଶାହ ଯୋଗୀ ଆଦିତ୍ୟନାଥଙ୍କୁ ସୂଚନା ଦେଇଥିଲେ ଯେ, ସେ ଲକ୍ଷ୍ନୌ ଯାଇ ଉତ୍ତର ପ୍ରଦେଶର ଦାୟିତ୍ୱ ନେବାକୁ ଯାଉଛନ୍ତି, ଆଉ ଏହି ସମୟରେ ସେ ମୋ ନୂଆଦିଲ୍ଲୀସ୍ଥିତ ଘରେ ଥିଲେ। ତେଣୁ ଉତ୍ତର ପ୍ରଦେଶ ସହିତ ମୋର ସମ୍ପର୍କ ବହୁତ ନିକଟତର ହୋଇଛି।"