ନୂଆଦିଲ୍ଲୀ,୨୭/୦୧: ସଂସଦରେ ସାଧାରଣ ବଜେଟ୍ ଅଧିବେଶନ ପୂର୍ବରୁ ଆଜି (ମଙ୍ଗଳବାର) ବସିବ ସର୍ବଦଳୀୟ ବୈଠକ । ଆଜି ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଅଧିବେଶନ ସମୟରେ ଉପୁଜୁଥିବା ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା । ବଜେଟ୍ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିବେ ସରକାର । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ ସବୁ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ବୁଧବାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୨୮  ଜାନୁଆରୀରୁ ଏପ୍ରିଲ ୨ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବା । ଏହାର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରି ୧ ରେ ବଜେଟ୍ ଉପସ୍ଥାପନ ହେବ । ୨୦୨୬ରେ ପ୍ରଥମ ଥର ରବିବାର ବଜେଟ୍ ଆସିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏହା ୮ମ ବଜେଟ୍ ଏବଂ ମୋଦି ସରକାରଙ୍କ ତୃତୀୟ ପାଳିର ଦ୍ୱିତୀୟ ପୂର୍ଣ୍ଣ ବଜେଟ ହେବ । ଲଗାତର ୮ଟି ବଜେଟ ଉପସ୍ଥାପନା କରିଥିବା ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ ନିର୍ମଳା ସୀତାରମଣ ।