ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଗରମ ପାଇଁ ବାହାରେ ଶୋଇଥିବା ବେଳେ ୧୭ ଜଣଙ୍କୁ କାମୁଡିଲା ଅଜଣା ଜନ୍ତୁ, ଏଯାଏଁ ଗଲାଣି ୬ ଜଣଙ୍କ ଜୀବନ…

Published By : Ladu Kishor | June 3, 2025 9:23 PM

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବଡୱାନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଏଠାରେ ଏକ ଅଜଣା ଜନ୍ତୁ ଏବେ ଆତଙ୍କ ସୃଷ୍ଟି କରିଛି । ଏହି ଅଜଣା ଜନ୍ତୁ କାମୁଡ଼ିବାରୁ ଛଅ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ମେ ୫ ତାରିଖ ଦିନ ଭୋର୍ ସକାଳୁ ଏକ ଅଜଣା ଜନ୍ତୁ ଘର ବାହାରେ ଶୋଇଥିବା ୧୭ ଜଣଙ୍କୁ କାମୁଡ଼ି ଦେଇଥିଲା। ସ୍ବାସ୍ଥ୍ୟ ଅଧିକାରୀ ମାନେ ସନ୍ଦେହ କରୁଛନ୍ତି ଯେ, ପଶୁଟି ରେବିଜରେ ସଂକ୍ରମିତ ଥିଲା। ଏହା ପରେ ସମସ୍ତଙ୍କୁ ରେବିଜ୍ ଇଞ୍ଜେକ୍ସନ ମଧ୍ୟ ଦିଆଯାଇଥିଲା । ବର୍ତ୍ତମାନ ୨୩ ମେ ରୁ ୨ ଜୁନ୍ ପର୍ଯ୍ୟନ୍ତ ଏହି ୧୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି

ଏହି ଘଟଣାକୁ ନେଇ ବଡୱାନି ଡିଏଫଓ ଆଶିଷ ବନସୋଡ କହିଛନ୍ତି ଯେ,"ପ୍ରାୟ ତିନି ଘଣ୍ଟା ମଧ୍ୟରେ ଏକ ଅଜଣା ଜନ୍ତୁ୧୭ ଜଣଙ୍କୁ କାମୁଡ଼ି ଦେଇଥିଲା। ଏହା ସୂଚାଇ ଦେଉଛି ଯେ, ଏହି ପଶୁଟି ରେବିଜ୍ ଭାଇରସରେ ସଂକ୍ରମିତ ହୋଇଥିଲା। ଆମେ ଏହି ପଶୁକୁ ନିରନ୍ତର ଖୋଜୁଛୁ, କିନ୍ତୁ ଏପର୍ଯ୍ୟନ୍ତ ଏହା ମିଳିନାହିଁ। ସେ କହିଛନ୍ତି ଯେ ସକାଳେ ଶୋଇଥିବା ଲୋକଙ୍କ ଉପରେ ଏହି ପଶୁ ଆକ୍ରମଣ କରିଥିଲା । ଏହି ଗ୍ରାମଟି ଜଙ୍ଗଲ ଠାରୁ ମାତ୍ର ସାଢେ ୪ କିଲୋମିଟର ଦୂର। ତେବେ ଗରମ ଯୋଗୁଁ ଏହି ଲୋକମାନେ ନିଜ ଘର ବାହାରେ ଖୋଲା ସ୍ଥାନରେ ଶୋଇଥିଲେ। ସେମାନେ କହିଛନ୍ତି ଯେ,ଏହି ପ୍ରାଣୀଟି କୁକୁର ପରି ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରାଣୀକୁ ଚିହ୍ନଟ କରାଯାଇପାରି ନାହିଁ।"

ତେବେ ଖଣ୍ଡୱା ସରକାରୀ ମେଡିକାଲ କଲେଜର ବିଶେଷଜ୍ଞଙ୍କ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତକଙ୍କ ଭିସେରା ଦିଲ୍ଲୀର ଏକ ପରୀକ୍ଷାଗାରକୁ ପଠାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, "ତଦନ୍ତ ରିପୋର୍ଟ ଆସିବା ପରେ ହିଁ କୁହାଯାଇପାରିବ ଯେ ଛଅ ଜଣଙ୍କର ମୃତ୍ୟୁ ରାବିଜ୍ ଯୋଗୁଁ ହୋଇଛି କି ନାହିଁ। ଏହି ସମସ୍ତ ମୃତକଙ୍କୁ ବନ ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କୁ ୮ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.