ନୂଆଦିଲ୍ଲୀ,୦୩/୦୧: ଆର୍ଥିକ ବର୍ଷ ୨୦୨୩-୨୪ରେ ଦେଶ ୪.୬୭ କୋଟିର ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ନିଯୁକ୍ତି ସୃଷ୍ଟିର ଏହି ଧାରା ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରରେ ଜାରି ରହିଥିବା ସରକାରୀ ଡାଟାରୁ ଜଣାପଡିଛି । ଅକ୍ଟୋବର ୨୦୨୩ରୁ ସେପ୍ଟେମ୍ବର ୨୦୨୪ରେ ଅଣ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ୧୦.୦୧% ବୃଦ୍ଧି ହୋଇଥିବା ପରିସଂଖ୍ୟାନ ମନ୍ତ୍ରଣାଳୟର ବାର୍ଷିକ ସର୍ଭେରୁ ଜଣାପଡିଛି । ଅନ୍ୟ ସେବା କ୍ଷେତ୍ର ଗୁଡିକରେ ଅତିରିକ୍ତ ୧୨ କୋଟି ଲୋକଙ୍କୁ ରୋଜଗାର ମିଳିଛି । ଯାହା ପୂର୍ବ ଅବଧି ତୁଳନାରେ ୧ କୋଟି ଅଧିକ । ଅନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ୧୭.୮୬% । ବିନିର୍ମାଣ କ୍ଷେତ୍ରରେ ଏହା ୧୦.୦୩% । ଚଳିତ ଆର୍ଥିକ ବର୍ଷ ପ୍ରଥମ ୬ ମାସରେ ମଧ୍ୟ ସଙ୍ଗଠିତ କ୍ଷେତ୍ରର ଅଭିବୃଦ୍ଧି ଉନ୍ନତ ରହିଛି । ଚଳିତ ଆର୍ôଥକ ବର୍ଷ ପ୍ରଥମାର୍ଦ୍ଧରେ ଇପିଏଫ୍‌ଓରେ ୬.୧ ନିୟୁତ ଉପଭୋକ୍ତା ଯୋଡି ହୋଇଛନ୍ତି । ସେହିଭଳି ଇଏସ୍‌ଆଇସିରେ ୯.୩ ନିୟୁତ ନୂଆ ସଦସ୍ୟ ଏବଂ ଏନ୍‌ପିଏସ୍‌ରେ ୬.୮% ସବସ୍କ୍ରିପଶନ ବଢ଼ିଛି ।