ନୂଆଦିଲ୍ଲୀ,୧୮/୧୧; ଗାଜା ଶାନ୍ତି ଯୋଜନାକୁ ମୋହର । ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୁତ୍ରୀ ଶାନ୍ତି ଯୋଜନାକୁ ସ୍ୱୀକୃତି ମିଳିଛି । ଟ୍ରମ୍ପଙ୍କ ଗାଜା ପିସ୍ ପ୍ଲାନ୍ ଡ୍ରାଫ୍ଟ ପ୍ରସ୍ତାବରେ ମୋହର ବାଜିଛି । ଯେଉଁଥିରେ ଗାଜାରେ ସଂଘର୍ଷ ବିରାମ, ପୁନଃନିର୍ମାଣ ନେଇ ୨୦ ସୂତ୍ରୀୟ ରୋଡ୍ମ୍ୟାପ ପ୍ରସ୍ତୁତ ହୋଇଛି । ପ୍ରସ୍ତାବ ସପକ୍ଷରେ ୧୩ ଭୋଟ୍ ପଡିଛି । ବଡ଼ କଥା ହେଉଛି ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ଓ ରୁଷ୍ ଭୋଟ୍ରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଥିଲେ । ସେପଟେ ପ୍ରସ୍ତାବରେ ଥିବା ସେନା ମତୟନକୁ ତୀବ୍ର ବିରୋଧ କରିଛି ହମାସ ।

ୟୁଏନ୍‌ରେ  ଗାଜାର ଭବିଷ୍ୟତ ଉପରେ ମୋହର ବାଜିଛି । ଇଣ୍ଟରନ୍ୟାସନାଲ ଫୋର୍ସ ଏବଂ ଟ୍ରମ୍ପଙ୍କ ହାତରେ ଏବେ ଚାବୁକ ରହିବ । ଏହି ପ୍ରସ୍ତାବରେ ଅନ୍ତରାଷ୍ଟ୍ରୀୟ ସେନା ମୁତୟନ ସାମିଲ ଅଛି । ୱାଶିଂଟନର ୨୦ ସୁତ୍ରୀ ଫ୍ରେମ୍‌ୱାର୍କରେ ଗାଜା ସଂଘର୍ଷ ବିରାମ, ପୁନଃନିର୍ମାଣ ଏବଂ ଶାସନ ପାଇଁ ପ୍ରଥମ ବ୍ୟାପକ ଅନ୍ତରାଷ୍ଟ୍ରୀୟ ରୋଡମ୍ୟାପ୍‌ ଆଲୋଚନା ହୋଇଛି । ପ୍ରସ୍ତାବରେ ୨୦୨୭ ଯାଏ ଏକ ଶାନ୍ତି ବୋର୍ଡ ଗଠନର ଆହ୍ୱାନ ଏବଂ ପାଲେଷ୍ଟାନୀୟ ଦେଶର ଭବିଷ୍ୟତ ଏକ ଜଟିଳ ପଥ ରୂପରେଖା ଦିଆଯାଇଛି । ଇସ୍ରାଏଲ ଓ ହମାସ ଗତମାସରେ ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ ସହମତି କରି ୨ ବର୍ଷ ପାଇଁ ଯୁଦ୍ଧକୁ ରୋକିଥିଲେ ଏବଂ ବନ୍ଧକଙ୍କୁ ମୁକ୍ତ କରିବାକୁ ବ୍ୟବସ୍ଥା କରିଥିଲେ ।

ହମାସର ତୀବ୍ର ବିରୋଧ- ସୁରକ୍ଷା ପରିଷଦର ଏହି ନିଷ୍ପତ୍ତିକୁ ଖାରଜ କରିଛି ହମାସ । ଗାଜାର ହମାସ ଶାସକମାନେ କହିଛନ୍ତି ଯେ, ସେମାନେ ଜାତିସଂଘ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଏହା ପାଲେଷ୍ଟାଇନୀମାନଙ୍କ "ଦାବି ଏବଂ ଅଧିକାର"କୁ ସମ୍ମାନ କରିବାରେ ବିଫଳ ହୋଇଛି । " ଏହି ପ୍ରସ୍ତାବ ଆମର ପାଲେଷ୍ଟାଇନୀ ଲୋକଙ୍କ ରାଜନୈତିକ ଏବଂ ମାନବିକ ଦାବି ଏବଂ ଅଧିକାରକୁ ପୂରଣ କରେ ନାହିଁ ବୋଲି ଆତଙ୍କବାଦୀ ସଂଗଠନ ଏକ ବିବୃତ୍ତିରେ କହିଛି ।

ଭବିଷ୍ୟତରେ ପାଲେଷ୍ଟାଇନ ଏକ ସ୍ୱାଧୀନ ଦେଶ ହେବ କି ? ଗାଜାରେ ଏକ "ଶାନ୍ତି ବୋର୍ଡ" ଗଠନ ହେବ । ଯାହାର ଅଧ୍ୟକ୍ଷତା କରିଭେ ଡୋନାଲ୍ଡ ଟ୍ରମ୍ପ । ଏହା ୨୦୨୭ ଶେଷ ପର୍ଯ୍ୟନ୍ତ ଏକ ପରିବର୍ତ୍ତନଶୀଳ ସରକାର ଭାବରେ କାର୍ଯ୍ୟ କରିବ । ପ୍ରସ୍ତାବରେ ଜଟିଳ ଭାଷାରେ ଏକ ସମ୍ଭାବ୍ୟ ଭବିଷ୍ୟତର ପାଲେଷ୍ଟାଇନ ରାଷ୍ଟ୍ର ଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।