ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ମହାରାଜାଗଞ୍ଜରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଓଲଟି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ତିନି ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ୧୧ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି । କୁହାଯାଉଛି ଯେ, ଏହି ଝିଅମାନେ ପରୀକ୍ଷା ଦେବାକୁ ଯାଉଥିଲେ। ସେହି ସମୟରେ ବୋଲେରୋ କାରର ଟାୟାର ଫାଟିଯାଇଥିଲା । ଟାୟାର ଫାଟିଯିବାରୁ କାରଟି ତୁରନ୍ତ ଓଲଟି ପଡ଼ିଥିଲା ଏବଂ ଏହି ଦୁର୍ଘଟଣାରେ ତିନି ଜଣ ଛାତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ମହାରାଜଗଞ୍ଜର ବୃଜମନଗଞ୍ଜ ଅଞ୍ଚଳରେ ଘଟିଛି। କୁହାଯାଉଛି ଯେ ଫାରେଣ୍ଡା-ଧାନୀ ରାସ୍ତାରେ ସିକନ୍ଦରଜିତପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବୋଲେରୋ କାର ହଠାତ୍ ଓଲଟି ପଡ଼ିଥିଲା। ଏହି ଗାଡ଼ିରେ ସ୍କୁଲ ଛାତ୍ରୀ ମାନେ ବସିଥିଲେ।
କୁହାଯାଉଛି ଯେ, ଏକ କାରର ଟାୟାର ଫାଟିଯିବାରୁ ହଠାତ୍ ଓଲଟି ପଡ଼ିଥିଲା ଏବଂ କାରରେ ଯାତ୍ରା କରୁଥିବା ତିନି ଜଣ ଛାତ୍ରୀଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ତେବେ ୧୧ ଜଣ ଆହତ ହୋଇଥିବା କୁହାଯାଉଛି। ଏମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।