ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ପହଲଗାମକୁ ନେଇ କରିଥିବା ଟିପ୍ପଣୀରେ ଲକ୍ଷ୍ନୌ ୟୁନିଭର୍ସିଟିର ଶିକ୍ଷୟିତ୍ରୀଙ୍କ ଉପରେ ଦେଶଦ୍ରାହୀର ମାମଲା, ପହଲଗାମକୁ ନେଇ କରିଥିଲେ ଟିପ୍ପଣୀ

Published By : Prameya | April 28, 2025 10:59 PM

ନୂଆଦିଲ୍ଲୀ : ଲୋକ ଗାୟିକା ନେହା ସିଂହ ରାଠୋରଙ୍କ ପରେ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଭାଷା ବିଜ୍ଞାନ ବିଭାଗର ସହାୟକ ଆଚାର୍ଯ୍ୟ ଡା. ମାଦ୍ରୀ କାକୋଟିଙ୍କ ପହଲଗାମ ଆତଙ୍କୀ ହମଲାରେ କରି ଥିବା ଟିପ୍ପଣୀକୁ ନେଇ, ହଜରତଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି। କାକୋଟିଙ୍କ ଉପରେ ଦେଶଦ୍ରୋହୀ ଧାରାରେ କେସ୍‌ ରୁଜୁ କରାଯାଇଛି। ବିଦ୍ୟାର୍ଥୀ ପରିଷଦର ମହାନଗର ଜଏଣ୍ଟ ସେକ୍ରେଟାରୀ ଡା. ମାଦ୍ରିଙ୍କ ଉପରେ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବିପଦରେ ପକାଇବାର ଅଭିଯୋଗ ଲଗେଇଛନ୍ତି। ସେପଟେ ଏଲୟୁ ପରିସରରେ ମଧ୍ୟ ଟିଚରଙ୍କ ବିରୋଧରେ ଖୁବ୍‌ ହଙ୍ଗାମା ହୋଇଛି। ଏବିଭିପିର କ୍ୟାମ୍ପେନରେ ଅନେକ ସାଧାରଣ ଛାତ୍ର ମଧ୍ୟ ଯୋଡି ହୋଇଛନ୍ତି। 

ପ୍ରଶାସନିକ ଭବନର ସାଧାରଣ ଛାତ୍ରଛାତ୍ରୀଙ୍କ ଅନେକ ଦଳ ବିରୋଧ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀଙ୍କ ବିରୋଧରେ ଖୁବ୍‌ ନାରାବାଜି ମଧ୍ୟ ଦେଇଥିଲେ। ଉଭୟ ଦଳର ଛାତ୍ରଛାତ୍ରୀ କୁଳପତିଙ୍କୁ ସ୍ମାରକ ପତ୍ର ଦେଇ ଶିକ୍ଷୟିତ୍ରୀଙ୍କ ଉପରେ ଖୁବ୍‌ ଦୃଢ କାର୍ଯ୍ୟାନୁଷ୍ଠାନର ଦାବି ମଧ୍ୟ ଉଠାଇ ଥିଲେ। ଏହାପରେ କୁଳସଚିବ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ୫ଦିନରେ ଲିଖିତ ସ୍ପଷ୍ଟୀକରଣ କାର୍ଯ୍ୟାଳୟରେ ଦେବାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅନୁଶାସନିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି। 

ଏଲୟୁରେ ପ୍ରଥମେ ଅନେକ ସାଧାରଣ ଛାତ୍ରଛାତ୍ରୀ ସଂସ୍କୃତ ବିଭାଗର ଗବେଷକ (ରିସର୍ଚ୍ଚର) ଗୁଲସନ ପାଣ୍ଡ୍ୟେଙ୍କ ତତ୍ତ୍ୱାବଧାନରେ ପ୍ରଶାସନିକ ଭବନର କରିଡୋରରେ ବିରୋଧ ପ୍ରଦର୍ଶନ କରିଥିଲେ। ଭାଷା ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ଡ. ମାଦ୍ରୀ କାକୋଟିଙ୍କ ବିରୋଧରେ ଖୁବ୍‌ ନାରାବାଜି କରିଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଶିକ୍ଷୟିତ୍ରୀଙ୍କ ଟିପ୍ପଣୀ ରାଷ୍ଟ୍ର ବିରୋଧୀ ଓ ରାଷ୍ଟ୍ରର ଅଖଣ୍ଡତାର ବିରୋଧରେ। କୁଳପତିଙ୍କ ଠାରୁ କାର୍ଯ୍ୟାନୁଷ୍ଠାନର ଦାବି ମଧ୍ୟ ଉଠାଇଛନ୍ତ। ଛାତ୍ରଛାତ୍ରୀମାନେ କୁଳପତି ପ୍ରଫେସର ଆଲୋକ କୁମାର ରାୟଙ୍କୁ ସ୍ମାରକ ପତ୍ର ଦେଇ ନିଜର ଧାରଣା ଶେଷ କରିଥିଲେ।

ଶିକ୍ଷୟିତ୍ରୀ ନିଜ ଟିପ୍ପଣୀରେ କଣ କହିଥିଲେ –

ଶିକ୍ଷୟିତ୍ରୀ ନିଜର ସୋସଇଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଥିଲେ, ଧର୍ମ ପଚାରି ଗୁଳି ମାରିବା ଆତଙ୍କବାଦ । ଧର୍ମ ପଚାରି ଲିଞ୍ଚ କରିବା , ଧର୍ମ ପଚାରି ଚାକିରିରୁ ବାହାର କରିଦେବା , ଧର୍ମ ପଚାରି ଘର ନଦେବା, ଧର୍ମ ପଚାରି ବୁଲଡୋଜିଂ କରି ଦେବା ଆଦି ଆତଙ୍କବାଦ। ଅସଲୀ ଆତଙ୍କବାଦୀଙ୍କୁ ଚିହ୍ନ। ଏହି ଟିପ୍ପଣୀରେ ସୋସିଆଲ ମିଡ଼ିଆରେ ଖୁବ୍‌ ବୟାନବାଜି ଚାଲିଛି। ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ୫ଦିନରେ ଲିଖିତ ସ୍ପଷ୍ଟୀକରଣ ଦେବାର ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅନୁଶାସନିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.