ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ରୁଷ୍‌ର ସୁପରୟାଟ୍ ଆମଡିଆକୁ ନିଲାମ କରୁଛି ଆମେରିକା, ୟୁକ୍ରେନ ଆକ୍ରମଣ ପରେ କରିଥିଲା ଜବତ

Published By : Swapna Ray | August 7, 2025 9:02 AM

ନୂଆଦିଲ୍ଲୀ, ୭।୮: ଅତ୍ୟନ୍ତ ମହଙ୍ଗା ବିଳାସପୂର୍ଣ୍ଣ ସୁପରୟାଟ୍ ଆମଡିଆକୁ ନିଲାମ କରୁଛି ଆମେରିକା । ଯାହାର ମୂଲ୍ୟ ୩୨୫ ମିଲିୟନ ଡଲାର । ଏହି ସୁପରୟାଟ୍ ରୁଷିଆର ହୋଇଥିବା ବେଳେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଆମେରିକା ଏହାକୁ ଜବତ କରିଥିଲା । ଏହା ରୁଷିଆର ପ୍ରଥମ ସୁପରୟାଟ୍, ଯାହାକୁ ଆମେରିକା ଏବେ ବିକ୍ରି କରିବାକୁ ଯାଉଛି । ଏହି ନିଲାମ ପ୍ରକ୍ରିୟା ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଯୁଦ୍ଧ ବନ୍ଦ କରିବା ପାଇଁ ଚାପ ପକାଉଛନ୍ତି, ଠିକ୍ ଏହି ସମୟରେ ଏହି ସୁପରୟାଟ୍‌କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ଆମେରିକା କହିଛି ଯେ, ନିଜ ସହଯୋଗୀମାନଙ୍କ ସହ ମିଳିତ ଭାବେ ରୁଷର ଧନୀ ଲୋକଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଯେଉଁମାନଙ୍କ ମଧ୍ୟରୁ କିଛି ରାଷ୍ଟ୍ରପତି ପୁଟିନଙ୍କ ନିକଟତର ଏବଂ ସେମାନଙ୍କର ସୁପରୟାଟ୍ ଜବତ କରାଯାଇଛି । ଆମେରିକା ଚାହୁଁଛି ଯେ, ସେମାନେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରନ୍ତୁ । 

୩୪୮ ଫୁଟ୍ ଲମ୍ବା ୟାଟ୍‌ରେ ରହିଛି ୮ ରାଜକୀୟ କକ୍ଷ: 

୩ ବର୍ଷ ପୂର୍ବେ ରୁଷିଆନ୍ ସୁପରୟାଟ୍‌ ଆମଡିଆକୁ ଆମେରିକା ଜବତ କରିଥିଲା । ଏହି ୟାଟ୍ ବର୍ତ୍ତମାନ ସାନ ଡିଏଗୋରେ ପାର୍କିଂ କରାଯାଇଛି, ଯାହାର ଲମ୍ବା ୩୪୮ ଫୁଟ୍ । ଏହି ୟାଟ୍ ସ୍ୱତନ୍ତ୍ର ଭାବରେ ୨୦୧୭ ମସିହାରେ ଜର୍ମାନ କମ୍ପାନୀ ଲୁର୍ସେନ ଦ୍ୱାରା ନିର୍ମିତ ହୋଇଥିଲା । ଏହି ସୁପରୟାଟ୍‌କୁ ଫ୍ରାନସ୍ୱା ଜୁରେଟିଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । ଏହାର ଇନଟେରିୟର ମାର୍ବଲରେ ତିଆରି । ଏହି ୟାଟ୍‌ରେ ୮ଟି ଷ୍ଟେଟ୍ ରୁମ୍, ଏକ ବିୟୁଟି ସେଲୁନ୍, ସ୍ପା, ଜିମ୍, ହେଲିପ୍ୟାଡ୍, ସୁଇମିଂ ପୁଲ୍ ଏବଂ ଲିଫ୍ଟ ରହିଛି । ଏଥିରେ ୧୬ ଜଣ ଅତିଥି ଏବଂ ୩୬ ଜଣ କ୍ରୁ ସଦସ୍ୟଙ୍କ ପାଇଁ ରହିବାର ସୁବିଧା ଅଛି । 

ଏହି ୟାଟ୍‌ର ପ୍ରକୃତ ମାଲିକ କିଏ ?

ଏଠି ପ୍ରଶ୍ୱ ଉଠୁଛି ଯେ, ଆମେରିକା ଦ୍ୱାରା ଜବତ ହୋଇଥିବା ଆମଡିଆର ପ୍ରକୃତ ମାଲିକ କିଏ ? କହିରଖୁ କି, ଏହାର ପ୍ରକୃତ ମାଲିକ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା କେମ୍ୟାନ ଦ୍ୱୀପପୁଞ୍ଜରେ ଅବସ୍ଥିତ ମିଲମାରିନ୍ ଇନଭେଷ୍ଟମେଣ୍ଟ୍ସ ଲିମିଟେଡ୍ ନାଁରେ ପଞ୍ଜୀକୃତ । ଆମେରିକା କହିଛି ଯେ, ଏହି ୟାଟ୍‌ର ପ୍ରକୃତ ମାଲିକ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ରୁଷ୍ ରାଜନେତା ସୁଲେମାନ କେରିମୋଭ । ଯିଏ ୨୦୧୮ଠାରୁ ଆମେରିକାର ପ୍ରତିବନ୍ଧକରେ ଅଛନ୍ତି । ଅନ୍ୟପଟେ ରାଜ୍ୟ ନିୟନ୍ତ୍ରିତ ରୁଷୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ରୋସନେଫ୍ଟର ପୂର୍ବତନ ରାଷ୍ଟ୍ରପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଡୁଆର୍ଡ ଖୁଦୈନାଟୋଭ ଏହି ୟାଟ୍ର ମାଲିକ ବୋଲି ଦାବି କରୁଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.