ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାଉଦିକୁ ଏୟାର-ଟୁ-ଏୟାର ମିସାଇଲ ବିକିବାର ମଞ୍ଜୁରୀ ଦେଲା ଆମେରିକା, ଟ୍ରମ୍ପଙ୍କ ଯାତ୍ରା ପୂର୍ବରୁ ବଡ଼ ଡିଲ୍

Published By : Harapriya Biswal | May 3, 2025 5:54 PM

ନୂଆଦିଲ୍ଲୀ,୩।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଚଳିତ ମାସ ସାଉଦି ଆରବ ପ୍ରସ୍ତାବିତ ଯାତ୍ରା କରିବାକୁ ଯାଉଛନ୍ତି। ଟ୍ରମ୍ପଙ୍କ ଏହି ଯାତ୍ରା ପୂର୍ବରୁ ଆମେରିକା ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିଛି। ସାଉଦିକୁ ୩.୫ ଆରବ ବିଲିୟନ ଡଲାର(ପ୍ରାୟ ୨୯ ହଜାର କୋଟି ଟଙ୍କା)ର ଏୟାର-ଟୁ-ଏୟାର ମିସାଇଲ ବିକ୍ରି କରିବାର ପ୍ରାରମ୍ଭିକ ମଞ୍ଜୁରୀ ଦେଇଛି। କୁହାଯାଉଛି ଯେ, ଆମେରିକା ଦ୍ବାରା ସାଉଦି ଆରବକୁ ଏୟାର-ଟୁ-ଏୟାର ମିସାଇଲ ବିକ୍ରି କରିବାର ମଞ୍ଜୁରୀ ଟ୍ରମ୍ପଙ୍କ ସାଉଦି ଯାତ୍ରା ବେଳେ ଘୋଷିତ ହୋଇଥିବା ବହୁ ଚୁକ୍ତି ଭିତରୁ ଗୋଟିଏ ହୋଇପାରେ।

ମାମଲାରେ ଆମେରିକା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି(ଡିଏସ୍‌ସିଏ) ବୟାନ ଜାରି କରି କହିଛି ଯେ, ଏହି ପ୍ରସ୍ତାବିତ ବିକ୍ରି ଆମେରିକାର ବୈଦେଶିକ ନୀତି ଓ ରାଷ୍ଟ୍ରୀୟ ସୁରକ୍ଷା ଲକ୍ଷ୍ୟକୁ ସମର୍ଥନ କରିଥାଏ। ଏହା ଉପସାଗରୀୟ ଦେଶରେ ରାଜନୈତିକ ସ୍ଥିରତା ଓ ଆର୍ଥିକ ପ୍ରଗତିରେ ସହାୟକ ହେବ। ଏହାଦ୍ବାରା ସେହି ଦେଶର ସୁରକ୍ଷା ମଧ୍ୟ ଆହୁରି ସୁଧୁରିଯିବ। 

ଉଲ୍ଲେଖନୀୟ ଯେ, ଏହି ଡିଲ୍ ଅନୁସାରେ, ସାଉଦି ଆରବକୁ ୧,୦୦୦ AIM-120C-8 ଆଡଭାନ୍ସ ଏୟାର-ଟୁ-ଏୟାର ମିସାଇଲ,  ଗାଇଡେଡ୍ ସିଷ୍ଟମ ଓ ଟେକ୍ନିକାଲ ସର୍ପୋଟ ମିଳିବ। ଏହି ମିସାଇଲ ଆମେରିକୀୟ କମ୍ପାନୀ RTX Corp, ଟକ୍ସନ(ଏରିଜୋନା)ରେ ତିଆରି ହେବ। ସାଉଦି ରୟାଲ ଏୟାରଫୋର୍ସ ନିକଟରେ ଆମେରିକା ପରେ ଦୁନିଆର ସବୁଠାରୁ ଦ୍ବିତୀୟ ବଡ଼ ଏଫ୍-୧୫ ଯୁଦ୍ଧ ବିମାନ ରହିଛି। ତେବେ ଟ୍ରମ୍ପ ପ୍ରଶାସନର ମଞ୍ଜୁରୀ ପରେ ଏବେ ଏହି ପ୍ରସ୍ତାବ ଆମେରିକା କଂଗ୍ରେସ ପାଖକୁ ଯିବ। ସେଠାରେ ସାଂସଦ ଏହା ଉପରେ ଚର୍ଚ୍ଚା କରିବେ ଓ ଚାହିଁଲେ ତାକୁ ରୋକି ମଧ୍ୟ ପାରନ୍ତି। 

ପୂର୍ବରୁ ମଧ୍ୟ ସାଉଦି ଆରବକୁ ନେଇ ଆମେରିକୀୟ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି। କାରଣ ହେଉଛି ୨୦୧୫ ମସିହାରେ ୟେମେନ ଯୁଦ୍ଧ ସମୟରେ ସାଉଦି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ରେ ଇସ୍ତାନବୁଲର ସାଉଦି କନସୁଲେଟରେ ୱାଶିଂଟନ ପୋଷ୍ଟର ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ପରେ ଏହି ବିବାଦ ଆହୁରି ବୃଦ୍ଧି ପାଇଥିଲା। ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ବିଶ୍ୱାସ କରନ୍ତି ଯେ ଏହି ହତ୍ୟାକାଣ୍ଡ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିର୍ଦ୍ଦେଶରେ କରାଯାଇଥିଲା, ଯାହାକୁ ସାଉଦି ସରକାର ଅସ୍ୱୀକାର କରନ୍ତି। ଏପରି ସ୍ଥିତିରେ, ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ସମ୍ପର୍କକୁ ଏକ ନୂତନ ଦିଗ ଦେଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.