ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପହଲଗାମ ଆକ୍ରମଣକୁ ତୀବ୍ର ନିନ୍ଦା କଲେ ଟ୍ରମ୍ପ; କହିଲେ-ଏହା ବହୁତ ଖରାପ

Published By : Anindita Ratha | April 26, 2025 12:12 PM

ନୂଆଦିଲ୍ଲୀ,୨୬/୦୪: ପହଲଗାମ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ।। ସେ କହିଛନ୍ତି ଯେ,ଏହା ବହୁତ ଖରାପ ଏବଂ ଭୟଙ୍କର ।  ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ  ହଜାର ହଜାର ବର୍ଷ ଧରି ବିବାଦ ରହିଛି  । ଦୁଇ ଦେଶ ଏକାଠି ଏହି ବିବାଦର ସମାଧାନ କରିପାରିବେ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଟ୍ରମ୍ପ । 

ତେବେ ଏହାରି ଭିତରେ ସେ କହିଛନ୍ତି ପ୍ରତିଶୋଧ ପାଇଁ ବଡ଼ ପ୍ରସ୍ତୁତି ଚାଲିଛି । କାରଣ ପହଲଗାମ୍‌ ଆକ୍ରମଣ ପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରତିଶୋଧ ନେବାକୁ ଚାଲିଛି ବଡ଼ ଧରଣର ପ୍ରସ୍ତୁତି । ତେବେ ଗତ ୨୨ ତାରିଖରେ ପହଲଗାମ୍‌ ଆକ୍ରମଣ ପରେ ଘାଟିରେ ଜାରି ରହିଛି ସେନାର ଆକ୍ସନ । ୪ ଜଣ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ପାକିସ୍ତାନ ବିପକ୍ଷରେ ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସେଥିରୁ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି ଭାରତ ସରକାର ।  ସେହିପରି ଅଟାରୀ- ୱାଘା ବର୍ଡର ଚେକ୍‌ପୋଷ୍ଟ ବନ୍ଦ କରି ଦିଆଯାଇଛି । ସାର୍କ ଭିସା ଅଧିନରେ ପାକିସ୍ତାନୀ ଭାରତ ଆସିପାରିବେ ନାହିଁ । ଏହି ଭିସାରେ ଥିବା ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ସବୁ ପାକିସ୍ତାନୀଙ୍କୁ ଭାରତରୁ ତଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.