ନୂଆଦିଲ୍ଲୀ : ଇରାନ ସହ ଅଶୋଧିତ ତୈଳ ଓ ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ଡିଲ୍‌ କରିବା ନେଇ ଆମେରିକା , ଭାରତର ୪ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଇରାନ ବିରୋଧରେ ଚାପ ବଢାଇବାକୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ନୀତି ଅନୁସାରେ , ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକାର ଫରେନ୍‌ ଆସେଟ୍ସ କଣ୍ଟ୍ରୋଲ ଡିପାର୍ଟମେଣ୍ଟ ଏହି ନିଷ୍ପତ୍ତି ନେଇଛି। 

ଏହି ଅନୁସାରେ ଆମେରିକୀୟ ବିଦେଶ ମନ୍ତ୍ରଣାଳୟ ଅନେକ ଦେଶର ୩୦ଜଣ ଲୋକ ଓ ୪ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକୀୟ ବିଦେଶ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ , ଯେଉଁ ୪ଜଣ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଏଥିରୁ ଗୋଟିଏ ନଭି ମୁମ୍ୱାଇ ସ୍ଥିତ ଫ୍ଲକ୍ସ ମେରିଟାଇମ୍‌ ଏଲଏଲପି । ଏହା ବ୍ୟତୀତ ଏନସିଆରରୁ ଚାଲୁଥିବା  ବିଏସଏମ ମେରିନ ଓ ଅଷ୍ଟିନସିପ୍‌ ମ୍ୟାନେଜମେଣ୍ଟ  ପ୍ରାଇଭେଟ୍‌ ଲିମିଟେଡ୍‌ ସାମିଲ ଅଛି। ତଞ୍ଜାବୁର ସ୍ଥିତ କସମୋସ୍‌ ଲାଇନ୍ସରେ ମଧ୍ୟ ଆମେରିକା ରୋକ୍‌ ଲଗାଇ ଦେଇଛି। 

ପ୍ରଥମ ୩ଟି କମ୍ପାନୀ ଉପରେ ଇରାନର ତୈଳକୁ ବହନ କରୁଥିବା ଜାହାଜର ପ୍ରବନ୍ଧନ ସମ୍ଭାଳିବା ପାଇଁ ପ୍ରତିବନ୍ଧିତ କରାଯାଇଛି। ଏହା ବ୍ୟତୀତ କାସମୋସ୍‌ ଲାଇନ୍ସକୁ ଇରାନୀ ତୈଳର ଟ୍ରାନ୍ସପୋର୍ଟରେ ସାମିଲ ହେବାରେ ପ୍ରତିବନ୍ଧିତ କରାଯାଇଛି। ଆମେରିକା ପକ୍ଷରୁ ୟୁଏଇ, ହଂକଂର ଅଏଲ ବ୍ରୋକର୍ସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଭାରତ ଓ ଚୀନର  ଟ୍ୟାଙ୍କର ଅପରେଟରଙ୍କ ଉପରେ ମଧ୍ୟ ଆମେରିକା ରୋକ୍‌ ଲଗାଇଛି। ଆମେରିକୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ବୟାନରେ କୁହାଯାଇଛି ଯେ, ଇରାନକୁ ତୈଳରୁ ହେଉଥିବା ଆୟର ବ୍ୟବହାର ଉଗ୍ରବାଦୀ କାର୍ଯ୍ୟକଳାପରେ ହୋଇ ଥାଏ। ଏଥିପାଇଁ ଏହା ଉପରେ ଆକ୍ସନ ନେବା ଜରୁରୀ। ଯେଉଁ ଜାହାଜ ଓ ଏହାସହ ଜଡ଼ିତ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗା ଯାଇଛି, ତାଙ୍କ ଦ୍ୱାରା ଅନେକ ମିଲିୟନ ବ୍ୟାରେଲ୍‌ ଇରାନୀ ତୈଳର ଟ୍ରାନ୍ସପୋର୍ଟେସନ କରାଯାଇ ଥିଲା। 

ଆମେରିକା ଇରାନ ଉପରେ ମଧ୍ୟ ଅଭିଯୋଗର ଲାଇନ୍‌ ଲଗେଇଛି। ଆମେରିକା କହିଛି ଯେ, ଇରାନକୁ ଯେଉଁ ଆୟ ହୋଇଥାଏ। ଏହାର ବ୍ୟବହାର ସେ ବୈଶ୍ୱିକ ସୁରକ୍ଷାକୁ ବିପଦରେ ପକାଇବା ପାଇଁ କରାଯାଇଛି। ସେ ଏହି ଆୟରୁ ପରମାଣୁ ବିପଦ ସୃଷ୍ଟି କରିଛି। ଏହା ବ୍ୟତୀତ ବାଲିଷ୍ଟିକ୍‌ ମିସାଇଲ ପ୍ରୋଗ୍ରାମ ମଧ୍ୟ ଆଗକୁ ବଢାଇଛି। ଖାଲି ଏତିକି ନୁହେଁ , ଇରାନ ଆତଙ୍କୀ ଗ୍ରୁପ୍‌କୁ ମଧ୍ୟ ମଜବୁତ କରିଛି। ଆମେରିକା କହିଛି କି ଆମେ ସେହି ସଂସ୍ଥା ଗୁଡ଼ିକ ଉପରେ ପ୍ରତିବନ୍ଧର ଲଗାଇଛୁ, ଯିଏକି ଇରାନର ତୈଳର ଟ୍ରାନ୍ସପୋର୍ଟେସନ କରିଥିଲା। ଆମେରିକୀୟ ସରକାର ଅନୁସାରେ , ଏସିଆନ୍‌ ବଜାରରେ ଇରାନର ତୈଳ ବିକ୍ରି ହେଉଛି।

କହି ରଖୁଛୁ କି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଖୁବ୍‌ କଠୋରତା ବଢାଇ ଦେଇଛି। ଟ୍ରମ୍ପ ପ୍ରଶାସନର କହିବାନୁସାରେ , ଇରାନର ଆର୍ଥିକ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବାର ଆବଶ୍ୟକ ରହିଛି , ଯାହାକି ସେ  ପାଣ୍ଠି ସଂଗ୍ରହ କରି ଆତଙ୍କବାଦ ଉପରେ ଯେମିତି ଖର୍ଚ୍ଚ କରିପାରିବ ନାହିଁ।