ନୂଆଦିଲ୍ଲୀ,୦୩/୦୨; ଶେଷରେ ଭାରତ ଆଗରେ ନଇଁଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିଛନ୍ତି । ଆମେରିକା ଶୁଳ୍କର ସମ୍ମୁଖୀନ ହୋଉଥିବା ଦେଶ ତାଲିକାରେ ଭାରତ ସର୍ବାଧିକ ଶୁଳ୍କ ପ୍ରଦାନକାରୀ ଦେଶ ଥିଲା । ବର୍ତ୍ତମାନ ତାଲିକା ଆଧାରରେ ଭାରତକୁ ଏବେ ପାକିସ୍ତାନ ଏବଂ ବାଂଲାଦେଶ ଭଳି ଅନେକ ଦକ୍ଷିଣ ଏସୀୟ ଦେଶ ତୁଳନାରେ କମ୍ ଶୁଳ୍କ ଦେବାକୁ ପଡିବ । ଜାଣନ୍ତୁ ଭାରତକୁ ଦୁଇ ପଡୋଶୀ ପ୍ରତିଯୋଗୀ ଦେଶ ଉପରେ କେତେ ଟାରିଫ୍ କସିଛନ୍ତି ଡୋନାଲ୍ଡ ଟ୍ରମ୍ପ ?

ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିଛନ୍ତି । ଯାହା ଅଧୀନରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କକୁ ୨୫ ପ୍ରତିଶତରୁ ୧୮ରୁ ହ୍ରାସ କରିଛି । ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇ କହିଛନ୍ତି, ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉପରେ ଶୁଳ୍କ ଏବଂ ୧୮ ପ୍ରତିଶତକୁ ହ୍ରାସ କରାଯିବା ଜାଣି ମୁଁ ଖୁସି ।

କେଉଁ ଦେଶ ଉପରେ କେତେ ଟାରିଫ୍ ?

ବ୍ରାଜିଲ-୫୦%

ନାଉର-୪୦%

ସିରିୟା-୪୧%

ନ୍ୟୁଜିଲାଣ୍ଡ-୧୫%

ନାଇଜେରିଆ-୧୫%

କାନାଡା-୩୫%

ଭେନେଜୁଏଲା-୧୫%

ଦ.ଆଫ୍ରିକା-୩୦%

ଭିଏତନାମ-୨୦%

ସାଇପ୍ରସ୍-୧୫%

କ୍ରୋଏସିଆ-୧୫%

ଶ୍ରୀଲଙ୍କା-୨୦%

ମିଆଁମାର-୪୦%

ବାଂଲାଦେଶ-୨୦%

ପାକିସ୍ତାନ-୧୯%

ମାଲେସିଆ-୧୯%

ଫିନଲ୍ୟାଣ୍ଡ-୧୫%

ଫ୍ରାନ୍ସ-୧୫%

ଜର୍ମାନୀ-୧୫%

ଫିଲିପାଇନ୍ସ-୧୯%

ଗ୍ରୀସ୍-୧୫%

ହେଙ୍ଗେରୀ-୧୫%

ଏହା ବି ପଢନ୍ତୁ...ଡୋନାଲ୍ଡ ଟ୍ରମ୍ପ ସେୟାର କଲେ ଇଣ୍ଡିଆ ଟୁଡେ ମାଗାଜିନ କଭର, ଜାଣନ୍ତୁ ହ୍ୱାଇଟ୍ ହାଉସ୍ ଯାଏ କିପରି ପହଞ୍ଚିଲା ଫଟୋ ?

ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗତବର୍ଷ ଅକ୍ଟୋବରରେ ଫୋନରେ ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଗତବର୍ଷ ହୋଇଥିବା ବୈଠକରେ ଦ୍ୱିପାକ୍ଷିକ ବ୍ୟବସାୟ ବୁଝା ପ୍ରଥମ ପର୍ଯ୍ୟାୟ ଅନ୍ତିମ ରୂପ ଦେବାକୁ ସହମତି ହୋଇଥିଲା । ଦୁଇପକ୍ଷ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି । ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ବାଣିଜ୍ୟ ବୁଝାମଣା ଅଟକି ଥିଲା । ଏଥିରେ ରୁଷଠାରୁ ତେଲ କିଣିବାକୁ ନେଇ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଏମିତି ସମୟରେ ଆଲୋଚନା ହୋଇଛି ଯେବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ୱାସିଂଟନ ଡିସିରେ ପହଞ୍ଚିଛନ୍ତି । ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି, ଭାରତର ରପ୍ତାନୀ ଶୁଳ୍କ ବର୍ତ୍ତମାନ ପ୍ରତିଯୋଗୀ ଦେଶମାନଙ୍କ ତୁଳନାରେ କମ୍ ।