ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ୟୁକ୍ରେନ୍‌ ଶାନ୍ତି ବୁଝାମଣାରୁ ଓହରିବ ଆମେରିକା,୯୦ ଦିନ ପରେ ବି ଚୁକ୍ତି ନ ହେବାରୁ ଟ୍ରମ୍ପ୍‌ ପ୍ରଶାସନ କ୍ଷୁବ୍ଧ

Published By : Prameya | April 19, 2025 12:32 PM

Image source: ABP Live

ୱାଶିଂଟନ୍‌,୧୯/୦୪: ରୁଷ୍‌-ୟୁକ୍ରେନ୍‌  ମଧ୍ୟରେ ଶାନ୍ତି ବୁଝାମଣା ପାଇଁ ମଧ୍ୟସ୍ଥି ହୋଇଥିବା  ଆମେରିକା ଏବେ ଏଥିରୁ ଓହରିଯିବାକୁ ଚେତାବନୀ ଦେଇଛି । ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ  ରୁବିଓ କହିଛନ୍ତି, ଯଦି ଆଗାମୀ ଦିନରେ ରୁଷ୍‌  ଏବଂ ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ଲାଗି କୌଣସି ଠୋସ୍‌ ପଦକ୍ଷେପ ନ ନିଅନ୍ତି ତେବେ ଆମେରିକା ଶାନ୍ତି ପାଇଁ କରୁଥିବା ଉଦ୍ୟମରୁ ବାହାରିଯିବ ।  

ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ  କାର୍ଯ୍ୟକାଳକୁ ପ୍ରାୟ ୯୦ ଦିନ ହେଲାଣି । ଏହି  ସମୟ ମଧ୍ୟରେ ଆମେରିକା ଏବଂ ରୁଷ୍‌ ମଧ୍ୟରେ  ଏକାଧିକ ଥର ୟୁକ୍ରେନ୍‌ ଯୁଦ୍ଧର ସମାଧାନ ଲାଗି  ଆଲୋଚନା ହୋଇଛି । କିନ୍ତୁ ଟ୍ରମ୍ପ୍‌ ପ୍ରଶାସନ ଶାନ୍ତି  ସ୍ଥାପନ ଉଦ୍ୟମରେ ସଫଳ ହୋଇପାରିନାହିଁ ।  ସେହିପରି ରୁଷ୍‌ ଏବଂ ୟୁକ୍ରେନ୍‌ ନିଜ ନିଜ ଜିଦ୍‌ରେ  ଅଟଳ ଥିବାରୁ ଟ୍ରମ୍ପ୍‌ ଅସନ୍ତୁଷ୍ଟ ଅଛନ୍ତି । 

ଆମେରିକା ବିଦେଶ ମନ୍ତ୍ରୀ ରୁବିଓ ଏବଂ ସ୍ୱତନ୍ତ୍ର  ରାଷ୍ଟ୍ରଦୂତ ଷ୍ଟିଭ୍‌ ୱିଟ୍‌କଫ୍‌ ଗୁରୁବାର ପ୍ୟାରିସ୍‌ରେ  ୟୁରୋପୀୟ ଏବଂ ୟୁକ୍ରେନ୍‌ ନେତାଙ୍କୁ ସାକ୍ଷାତ  କରିଥିଲେ । ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ଲାଗି ଟ୍ରମ୍ପ୍‌  ପ୍ରଶାସନ ପକ୍ଷରୁ ଉଦ୍ୟମ ସ୍ୱରୂପ ଏହି ବୈଠକ  ଆୟୋଜିତ ହୋଇଥିଲା । ଏଥିରେ ଆଉ ଏକ ଶାନ୍ତି  ଯୋଜନା ହୋଇଥିବା ରୁବିଓ କହିଛନ୍ତି । ତେବେ  ଏହି ଯୋଜନାରେ କ’ଣ ରହିଛି ତାହା ସାର୍ବଜନିନ କରାଯାଇନାହିଁ। 

ରୁବିଓ କହିଛନ୍ତି, ଆମେରିକା ଏହି  ଉଦ୍ୟମକୁ ମାସ ମାସ ଧରି ଜାରି ରଖିପାରିବନି । ତେଣୁ  ଏ ନେଇ ବହୁତ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ । ଟ୍ରମ୍ପ୍‌  ଶାନ୍ତି ପାଇଁ ବହୁ ଉଦ୍ୟମ କରିଛନ୍ତି । ଏଥିପାଇଁ ସେ  ତାଙ୍କର ସମୟ ଏବଂ ବଳ ଖଟାଇଛନ୍ତି । ଏହା ବେଶ୍‌  ଗୁରୁତ୍ୱପୂର୍ଣ୍ଣ । ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅଛି  ଯାହା ଉପରେ ଧ୍ୟାନ ଦିଆଯିବା ବି ଜରୁରି । ଏମିତି  ଚାଲିଲେ ରାଷ୍ଟ୍ରପତି ବହୁତ ହେଇଗଲା ବୋଲି କହି ଏଥିରୁ ଓହରି ଯାଇପାରନ୍ତି ବୋଲି ରୁବିଓ ଚେତାଇଛନ୍ତି । 

ଅନ୍ୟପକ୍ଷରେ ଆମେରିକା ଏବଂ ୟୁକ୍ରେନ୍‌  ମଧ୍ୟରେ ଖୁବ୍‌ଶୀଘ୍ର ଖଣିଜ ଚୁକ୍ତି ହୋଇପାରେ ।  ଗୁରୁବାର ୟୁକ୍ରେନ୍‌ ଅର୍ଥମନ୍ତ୍ରୀ ୟୁଲିଆ ସ୍ୱିରିଡେଙ୍କୋ  କହିଛନ୍ତି, କିଏଭ୍‌ ଏବଂ ୱାଶିଂଟନ୍‌ ମଧ୍ୟରେ ଏହି  ଡିଲ୍‌ ପାଇଁ ଏକ ରାଜିନାମା ସ୍ୱାକ୍ଷର ହୋଇଛି ।  ୟୁକ୍ରେନ୍‌କୁ ଯୁଦ୍ଧରେ ସହାୟତା ପାଇଁ ଆମେରିକା  ୩୫୦ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଦେଇଛି । ଏହା  ବଦଳରେ ୟୁକ୍ରେନ୍‌ ଏହାର ମୂଲ୍ୟବାନ ଖଣିଜ  ଦେଉ ବୋଲି ଟ୍ରମ୍ପ୍‌ ପ୍ରଶାସନ ଚାହୁଁଛି ।

ଆମେରିକାରେ ହିଟ୍ ଏଣ୍ଡ ରନ୍, ଗୁଣ୍ଟୁରର ଜଣେ ଛାତ୍ରଙ୍କ ମୃତ୍ୟୁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.