ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ରଥଯାତ୍ରାରେ ରେଳବାଇ ଜ୍ୟାକ୍‌ର ବ୍ୟବହାର ଏକ ଦିବ୍ୟ ସଂଯୋଗ

Published By : Suraj Kumar | June 12, 2025 7:14 PM

ଭୁବରେଶ୍ୱର, ୧୨।୬ :  ରଥଯାତ୍ରାରେ ରେଳବାଇ ଜ୍ୟାକ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ। ଶ୍ରୀ ଜଗନ୍ନାଥ ମନ୍ଦିରରୁ ପ୍ରାୟ ୨୦୦ ମିଟର ଦୂରରେ ରଥ ଗୁଡିକ ନିର୍ମିତ ହୋଇଥାଏ।ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି   ରଥକୁ ସଠିକ ସ୍ଥାନରେ ରଖିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଏବଂ ଏଥିପାଇଁ ବଡ ବଡ ରେଳବାଇ ଜ୍ୟାକ ବ୍ୟବହାର କରାଯାଏ। 

ରଥଯାତ୍ରା ସମୟରେ ରେଳ ବିଭାଗର ୪୦ ଜଣ କର୍ମଚାରୀଙ୍କ ଏକ ଦଳ ସମସ୍ତ ମରାମତି ଉପକରଣ ସହିତ ଦୁଇଟି ଟ୍ରକରେ ରଥଗୁଡିକୁ ଅନୁସରଣ କରନ୍ତି। ପ୍ରଚଳତି ପରମ୍ପରା ଅନୁଯାୟୀ, ରଥଗୁଡିକ  ଆଗକୁ ବଢିବ। ପରେ ପଛକୁ ହଟନ୍ତି ନାହଁ । ତେଣୁ ରଥଗୁଡିକୁ ସୁଗମ ଭାବରେ ଚଳାଇବାରେ ରେଳ କର୍ମଚାରୀଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

କେତେକ ଘଟଣାରେ  ରଥଗୁଡିକରେ  ହୋଇଥିବା ଅତ୍ୟଧିକ କ୍ଷତିକୁ ମରାମତି କରିବା ପାଇଁ ଭୁବନେଶ୍ବର ମଞ୍ଚେଶ୍ବରରେ  ଅବସ୍ଥିତ କାରଖାନାରୁ ସ୍ୱତନ୍ତ୍ର ଲୁହା କ୍ଲାମ୍ପ  ତିଆରି  ହେବାର  ଉଦାହରଣ ମଧ୍ୟ ଇତିହାସରର ଲିପିବଦ୍ଧ ରହିଛି। ରେଳ ବିଭାଗ  ବିଶାଳ ରଥଗୁଡିକୁ ସେମାନଙ୍କର ନିର୍ମାଣ ସ୍ଥାନରୁ ମୁଖ୍ୟ ମନ୍ଦିର ଦ୍ୱାରକୁ ପରିବହନ କରିବା,ନିର୍ମାଣ କିମ୍ବା ଯାତ୍ରା  ସମୟରେ ରଥଗୁଡିକର ହୋଇଥିବା କ୍ଷତିର  ମରାମତି କରିବା, ରଥଗୁଡିକୁ ଦିଶା ନିର୍ଦେଶ ପ୍ରଦାନ କରିବା, ରଥ ଗୁଡିକର ଦିଗ  ପରିବର୍ତ୍ତନ କରିବା ଏବଂ ରଥଗୁଡିକୁ ସ୍ଥାନାନ୍ତର କରିବା ଭଳି ସେବା  ପ୍ରଦାନ କରିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.