ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭୁବନେଶ୍ଵରରେ ସାଢେ ୧୧ଟାରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର, ସତ୍ୟନଗରରେ ହେବ ଶେଷକୃତ୍ୟ

Published By : Prameya | February 28, 2025 10:31 AM

ଭୁବନେଶ୍ଵର, ୨୮/୦୨ : ବର୍ଷିୟାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଭୁବନେଶ୍ଵର ସତ୍ୟନଗର ସ୍ଥିତ ଶ୍ମଶାନରେ ହେବ ଶେଷକୃତ୍ୟ। ଶୁକ୍ରବାର ସାଢେ ୧୧ଟାରେ ଉତ୍ତମଙ୍କ ପାର୍ଥିବ ଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ତାଙ୍କୁ ଭୁବନେଶ୍ଵର ସ୍ଥିତ ବାସଭବନକୁ ନିଆଯିବ। ସେଠାରେ ଶେଷ ଦର୍ଶନ ପାଇଁ ଉତ୍ତମଙ୍କ ମରଶରୀର ୩ ରୁ ୪ ଘଣ୍ଟା ରଖାଯିବ। 

ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ, ଓଲିଉଡ୍‌ ସୁପର୍‌ଷ୍ଟାର୍‌ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଏନେଇ ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ସୂଚନା ମିଳିଛି । ନୂଆଦିଲ୍ଲୀ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ଗୁରୁବାର ବିଳମ୍ବିତ ରାତି ୧୧ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଲିଭର୍‌  ସିରୋସିସ୍‌ ଓ ନିମୋନିଆରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ଲାଗି ଗତ ୮ ତାରିଖରେ ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇ ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ଦୀର୍ଘ ୨୦ଦିନ ଧରି ଚିକିତ୍ସିତ ହେଉଥିଲେ ।  

୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ ଉତ୍ତମ ୧୯୭୭ ମସିହାରେ ‘ଅଭିମାନ' ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତିନିବର୍ଷ ପରେ ପୁଣି ‘ପତିପତ୍ନୀ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ଆଗକୁ ମାଡ଼ି ଚାଲିଥିଲେ । ୨୦୦ରୁ ଅଧିକ ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ  ହିନ୍ଦୀ ସିନେମା ସାଙ୍ଗକୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ଏଥିପାଇଁ ଜୀବନବ୍ୟାପୀ ସେ ଯେତିକି ପ୍ରଶଂସା  ସାଉଁଟିଥିଲେ, ସେତିକି ପୁରସ୍କାର ପାଇଥିଲେ । ସିନେମା ‘ଫୁଲ ଚନ୍ଦନ’,  ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ପାଇଁ ଶ୍ରେଷ୍ଠ  ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ବେଳେ  ‘ତୋ ବିନୁ ଅନ୍ୟଗତି ନାହିଁ’ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର  ପାଇଥିଲେ । ୧୯୯୯ ମସିହାରେ ସେ ‘ଜୟଦେବ ପୁରସ୍କାର’ ପାଇଥିଲେ । 


କଳାଧଳାରୁ ରଙ୍ଗୀନ । ବହୁତ ଲମ୍ବା ତାଙ୍କ ସିନେ କ୍ୟାରିୟର୍‌ ।  ନାୟକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ଯେତିକି ଦିନ  ରାଜ୍‌ କରିଛନ୍ତି, ବୋଧେ ଆଉ କାହା କଳାକାର ଜୀବନରେ ସେମିତି  ଘଟିନାହିଁ । ସିନେମାର ଅଭିନୟର ସୁଯୋଗ ଯେ, ତାଙ୍କୁ ଏତେ ବଡ଼  ଷ୍ଟାର୍‌ କରିଦେବ ନା’ ସେ ଭାବିଥିଲେ ନା’ ଏ ଦୁନିଆ । ରୋମାଣ୍ଟିକ୍‌ ଷ୍ଟାର୍‌ରୁ ଯାତ୍ରା ଆରମ୍ଭ କରିଥିବା ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ  ଅଭିନେତା ଉତ୍ତମ ମହାନ୍ତି ପରବର୍ତ୍ତୀ ସମୟରେ ଜଣେ ସୁପର୍‌ଷ୍ଟାର୍‌ ହୋଇ  ସାରା ଓଡ଼ିଶା ଲୋକଙ୍କ ହୃଦୟ ଜିଣି ପାରିଥିଲେ । ଦୀର୍ଘ ୩ ଦଶନ୍ଧି ଧରି  ରାଜ୍‌ କରିଥିଲେ । ୮୦ ଓ ୯୦ ଦଶକରେ ଆର୍ଥିକ ଦୁର୍ଗତିରେ ଥିବା ଓଡ଼ିଆ  ଚଳଚ୍ଚିତ୍ର ଶିଳ୍ପକୁ ଉତ୍ତମ ମହାନ୍ତି ସଫଳତାର ସ୍ୱାଦ ଚଖାଉଥିଲେ । ତାଙ୍କ  ମୃତ୍ୟୁ ସମୟରେ ଡାକ୍ତରଖାନାରେ ପୁଅ ବାବୁସାନ୍‌, ବୋହୂ ତୃପ୍ତି  ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ରହିଥିଲେ । 

ଏହି ଖବରଟିକୁ ପଢନ୍ତୁ-କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ: ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ରଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.