ନୂଆଦିଲ୍ଲୀ,୨୭/୦୭: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବ୍ୟାଟିଂ ବିସ୍ମୟ ବୈଭବ । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ଜିତିଥିଲେ । ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସତ୍ତ୍ୱେ, ମୁଖ୍ୟ ପ୍ରଶିକ୍ଷକ ଭିଭିଏସ ଲକ୍ଷ୍ମଣ ତାଙ୍କୁ ଏକ ଚେତାବନୀ ଦେଇଛନ୍ତି । ସିରିଜ ଶେଷ ହେବା ପରେ, ଲକ୍ଷ୍ମଣ ସୂର୍ଯ୍ୟବଂଶୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ, କିନ୍ତୁ ଏହା ମଧ୍ୟ କହିଥିଲେ ଯେ, ଖେଳାଳିଙ୍କୁ ତାଙ୍କ ଫିଟନେସ୍ ଉପରେ କାମ କରିବାକୁ ପଡିବ । ଲକ୍ଷ୍ମଣଙ୍କ ଅନୁସାରେ, ଟିମ୍ ଇଣ୍ଡିଆ ଚାହୁଁଛି ଯେ, ସୂର୍ଯ୍ୟବଂଶୀ ଯେକୌଣସି ମୂଲ୍ୟରେ ତାଙ୍କ ଫିଟନେସ୍ ଉପରେ କାମ କରନ୍ତୁ । ଆସନ୍ତୁ ଜାଣିବା ବୈଭବଙ୍କ ପାଇଁ କଣ କହଛନ୍ତି ଭିଭିଏସ ଲକ୍ଷ୍ମଣ କ'ଣ କହିଛନ୍ତି ।

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡଠାରୁ ହ୍ୱାଉଟ୍‌ୱାସ୍ ହେବା ପରେ ଭାରତ ଜବରଦସ୍ତ କମବ୍ୟାକ୍ କରିଛି । ୩-୦ରେ ଘରୋଇ ଜିମ୍ୱାୱେକୁ କ୍ଲିନସୁଇପ୍ କରିଛି ।  ଜିମ୍ବାୱେଠାରୁ ସିରିଜ୍ ପୋଛି ନେବା ପରେ, ଭିଭିଏସ ଲକ୍ଷ୍ମଣ କହିଥିଲେ, "ଆମେ ଚାହୁଁଛୁ ଯେ ସୂର୍ଯ୍ୟବଂଶୀ ତାଙ୍କ ଫିଟନେସ୍ ଉପରେ କାମ କରନ୍ତୁ । ସେ ଏବେ ବି ବହୁତ ଯୁବ । ସେ ଖେଳର ପ୍ରତ୍ୟେକ ଦିଗରେ ଉନ୍ନତି କରିବାକୁ ଚାହାଁନ୍ତି । ଆଜି, ଯେତେବେଳେ ସେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ, ସେ ପଡ଼ିଆରେ ରହିବାକୁ ଚାହୁଁଥିଲେ । କିନ୍ତୁ ଆମର ଫିଜିଓ ତାଙ୍କୁ ଛାଡ଼ିବାକୁ କହିଥିଲେ । "

ଫିଟନେସ୍ ଉପରେ କାହିଁକି ଧ୍ୟାନ ଦେବା ଆବଶ୍ୟକ ? ବୈଭବ ସୂର୍ଯ୍ୟବଂଶୀଙ୍କୁ ଫିଟନେସ୍ ଉପରେ ଧ୍ୟାନ ଦେବାକୁ ପଡିବ କାରଣ ଏହା ତାଙ୍କ କ୍ୟାରିୟରକୁ ବୃଦ୍ଧି କରିବାର ଚାବିକାଠି । ଫିଟନେସ୍ ତାଙ୍କୁ ଟେଷ୍ଟ ଏବଂ ଦିନିକିଆରେ ନିଜର ଶକ୍ତି ପ୍ରଦର୍ଶନ କରିବା ଦିଗରେ ସହାୟକ ହୋଇପାରେ । କ୍ରିକେଟ୍ କେବଳ ବଡ଼ ସଟ୍ ମାରିବା ବିଷୟରେ ନୁହେଁ । ବଡ଼ ଇନିଂସ ଖେଳିବା ପାଇଁ ଫିଟନେସ୍ ଆବଶ୍ୟକ । ସ୍ଥିର ପ୍ରଦର୍ଶନ ପାଇଁ ଫିଟନେସ୍ ଆବଶ୍ୟକ, ଏବଂ ବିରାଟ କୋହଲି ଏହାର ଏକ ପ୍ରମୁଖ ଉଦାହରଣ । ଫିଟନେସ୍ ହିଁ ଏହି ଖେଳାଳିଙ୍କୁ ସର୍ବୋତ୍ତମରୁ ସର୍ବଶ୍ରେଷ୍ଠ ହେବାକୁ ସକ୍ଷମ କରିଛି । ଯଦି ସୂର୍ଯ୍ୟବଂଶୀ ଏହା ହାସଲ କରିପାରିବେ, ତେବେ ତାଙ୍କ ପାଖରେ ନିଶ୍ଚିତ ଭାବରେ କିଛି ବଡ଼ ସଫଳତା ହାସଲ କରିବାର ସମ୍ଭାବନା ଅଛି ।

ଏହା ବି ପଢନ୍ତୁ...Vaibhav Sooryavanshi: ''ତାଙ୍କୁ ଫେରିବାକୁ ଦେବନି ଏ ପିଲା''; ବୈଭବ ବିସ୍ଫୋରଣରେ ପୂର୍ବ କ୍ରିକେଟରଙ୍କ ପୋଷ୍ଟ ବଢାଇଲା ଚିନ୍ତା 

ବୈଭବ ସୂର୍ଯ୍ୟବଂଶୀ ଜିମ୍ବାୱେ ସିରିଜରେ ସର୍ବାଧିକ ରନ୍ କରିଥିଲେ । ୩ ମ୍ୟାଚରେ ୧୫୧ ରନ୍ କରିଥିଲେ । ତାଙ୍କର ବ୍ୟାଟିଂ ହାର ୫୦.୩୩ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୯୬.୧୦ ଥିଲା। ସେ ସର୍ବାଧିକ ୯ ଛକା ମାରିଥିଲେ। ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ଜିତିଥିଲେ, ଯାହା ଏକ ବିଶ୍ୱ ରେକର୍ଡ । ମେଡେନ୍ ପ୍ଲେୟାର ଅଫ୍ ଦି ସିରିଜ ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ୧୫ ବର୍ଷ ୧୧୮ ଦିନରେ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ ବି କରିଥିଲେ ।