ନୂଆଦିଲ୍ଲୀ,୨୭/୦୭: ଜିମ୍ୱାୱେ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୧୯ ବଲ୍ ୫୦ ରନ୍ । ଦ୍ୱିତୀୟ ମ୍ୟାଚରେ ୯ ବଲରେ ୨୦ ରନ୍ । ତୃତୀୟ ମ୍ୟାଚ୍ରେ ୪୯ ବଲରେ ଦମଦାର ୮୧ ରନ୍ । ୩ ମ୍ୟାଚରେ ୧୫୧ ସ୍କୋର । ଆଭରେଜ୍ ୫୦.୩୩ । ଷ୍ଟ୍ରାଇକ୍ ରେଟ୍ ୧୯୬.୧୦ । ପୋଛିନେଲେ ପୁରସ୍କାର । ପ୍ଲେୟାର ଅଫ୍ ଦି ମ୍ୟାଚ୍ ସହ ପ୍ଲେୟାର ଅଫ୍ ଦି ସିରିଜ ହେଲେ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ । ସଞ୍ଜୁ ସାମସାନଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ପଦାର୍ପଣ କରିଥିବା ବ୍ୟାଟିଂ ବିସ୍ମୟ ବୈଭବଙ୍କ ବ୍ୟାଟିଂ ଗର୍ଜନ ଜାରି ରହିଛି । ଜିମ୍ୱାୱେ ବିପକ୍ଷରେ ବୈଭବଙ୍କ ବିସ୍ଫୋରଣ ପୂର୍ବତନ କ୍ରିକେଟର ଇରଫାନ ପଠାନ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ କିଛି ଫ୍ୟାନ୍ସଙ୍କ ଚିନ୍ତା ବଢିଛି ।
ଘରୋଇ ଜିମ୍ବାୱେ ବିପକ୍ଷରେ ଟି-ଟ୍ୱେଣ୍ଟି ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି ଭାରତ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା ଦଳର ପ୍ରଥମ ସିରିଜ ବିଜୟ । ଆୟର୍ଲାଣ୍ଡ ଓ ଇଂଲଣ୍ଡଠୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଶେଷରେ ଦଳ ବିଜୟ ଧାରାକୁ ଫେରିବା ସହ ସିରିଜ ସୁଇପ କରିବାରେ ସଫଳ ହୋଇଛି । ଅନ୍ତିମ ଟି-ଟ୍ୱେଣ୍ଟିରେ ଭାରତ ଆଜି ୩୫ ରନ୍ରେ ବିଜୟୀ ହୋଇଥିଲା । ଓପନର ବୈଭବ ସୂର୍ଯ୍ୟବଂଶୀ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଏହାକୁ ମିଶାଇ ସେ ସିରିଜରେ ୨ଟି ଅର୍ଦ୍ଧଶତକ ମାରିଥିଲେ । ତେଣୁ ସେ ଉଭୟ ପ୍ଲେୟାର ଅଫ୍ ଦ ମ୍ୟାଚ ଏବଂ ପ୍ଲେୟାର ଅଫ୍ ଦ ସିରିଜ ବିଜୟୀ ହୋଇଛନ୍ତି । ବୈଭବଙ୍କ ଏହି ପ୍ରଦର୍ଶନ ପରେ ପୂର୍ବ କ୍ରିକେଟର ଇରଫାନ ପଠାନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, '' ଏ ପିଲା ଯାହାର ସ୍ଥାନ ନେଇଛି, ତାଙ୍କୁ କେବେ ଫେରିବାରୁ ଦେବ ନାହିଁ । ବୈଭବ ସୂର୍ଯ୍ୟବଂଶୀ କେବେ ସ୍ପେସାଲ୍ ?? ''
Jiski Bhi jagah lega ye bachha use wapis Nahi aane dega…
— Irfan Pathan (@IrfanPathan) July 26, 2026
How Special this Vaibhav Suryavanshi is??
ଜିମ୍ୱାୱେ ବିପକ୍ଷରେ ହଇଚଇ ସୃଷ୍ଟି କରିବା ପରେ ବୈଭବଙ୍କୁ ନେଇ ଇରଫାନଙ୍କ ଏହି ପୋଷ୍ଟ ସଞ୍ଜୁ ସାମସନଙ୍କ ଉଦ୍ଦେଶ୍ୟରେ କରାଯାଇଥିବା କୁହାଯାଉଛି । ୧୫ ବର୍ଷୀୟ ବୈଭବଙ୍କ ପ୍ରଦର୍ଶନକୁ ନେଇ ତାଙ୍କୁ ସବୁଠି ପ୍ରଶଂସା କରାଯାଉଛି । କ୍ରିକେଟ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଟି-ଟ୍ୱେଣ୍ଟ ଦଳରେ ତାଙ୍କର ସ୍ଥାନ କେହି ଛଡାଇ ନେଇପାରିବେ ନାହିଁ । ଇରଫାନଙ୍କ ପୋଷ୍ଟ ସଞ୍ଜୁ ସାମସନଙ୍କ ପ୍ରତି ସିଧାସଳଖ ଇଙ୍ଗିତ କରାଯାଉଛି । ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ବିଫଳ ହେବା ପରେ ସଞ୍ଜୁ ସାମସନଙ୍କୁ ଜିମ୍ୱାୱେ ଗସ୍ତରେ ସାମିଲ କରାଯାଇନଥିଲା । ତାଙ୍କ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଏବଂ ଇଂଲଣ୍ଡ ବିପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇଥିଲା । ହେଲେ ସେ ବିଫଳ ହୋଇଥିଲେ । ସଞ୍ଜୁ ସାମସନଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀ ଅଭିଷେକଙ୍କ ସାଙ୍ଗରେ ଓପନିଂ କରୁଛନ୍ତି । ଜିମ୍ୱାୱେ ବିପକ୍ଷ ସିରିଜରେ ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ବୈଭବ ପ୍ରାୟ ତାଙ୍କ ସ୍ଥାନ ପକ୍କା କରି ସାରିଛନ୍ତି । ହୁଏତ ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆକୁ ଫେରିବା କଷ୍ଟକର ହୋଇପାରେ ।
ଏହା ବି ପଢନ୍ତୁ...Rishikant Singh: ଦିନ ମଜୁରିଆରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ରିଷିକାନ୍ତ... ଗୋଟିଏ ଫୋନ୍ କଲ୍ ବଦଳାଇଲା ଜୀବନ
ଅକ୍ଟୋବରରେ ଭାରତର ପରବର୍ତ୍ତୀ ଟି-ଟ୍ୱେଣ୍ଟି ସିରିଜ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୬ରୁ ଆରମ୍ଭ ହେବ ଶୃଙ୍ଖଳା । ଏହି ସିରିଜ ଘରୋଇ ପରିବେଶରେ ହେବାକୁ ଥିବାରୁ ଚୟନକର୍ତ୍ତାଙ୍କ ପାଇଁ ଦଳ ଚୟନ କରିବା କଷ୍ଟକର ହୋଇପାରେ ।