ନୂଆଦିଲ୍ଲୀ: ଫ୍ୟାନ୍ସଙ୍କ ପ୍ରବଳ ଦାବି, ଟିମ୍ ଇଣ୍ଡିଆରେ ଡେବ୍ୟୁକ କଲେ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ । ବଡ଼ ସଟ୍ ଦେଖିବାକୁ ଚାହିଥିବା ପ୍ରଶଂସକ ଛକା ମାରିବା ଦେଖିଲେ ହେଲେ ଦୁଇଟି ମ୍ୟାଚରେ ଦେଖିବାକୁ ପାଇଲେନି ବଡ଼ ପାଳି । ବୈଭବଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଯେଭଳି ଆଶା କରାଯାଉଥିଲା ସେଭଳି ଦେଖିବାକୁ ମିଳିନାହିଁ । ସେ ଏଯାବତ ଗୋଟିଏ ମଧ୍ୟ ଆଶାନୁରୂପ ପାଳି ଦେଖିବାକୁ ମିଳିନାହିଁ । ବାଉନ୍ସର ବିରୋଧରେ ହାର୍ ମାନୁନାହାନ୍ତି ବୈଭବ । ଯାହାକି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ।
ଆଇପିଏଲରେ ଘାତକ ବୋଲରଙ୍କୁ ଧରାଶାୟୀ କରିଥିବା ବୈଭବ ସୂର୍ଯ୍ୟବଂଶୀ କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଯଦିଓ ଛକା ମାରିଛନ୍ତି କିନ୍ତୁ ବଡ଼ ପାଳି ଖେଳିବାରେ ବିଫଳ ହେଉଛନ୍ତି । ସେ ଶୀଘ୍ର ବୋଲରଙ୍କ ଫାଶରେ ଫସୁଥିବାବେଳେ ତାଙ୍କର ଦୁର୍ବଳତା ମଧ୍ୟ ଧରା ପଡ଼ୁଛି । ତଅତୀୟ ଟି-୨୦ରେ ବୈଭବ ଦୁଇଟି ବଡ଼ ବଡ଼ ଛକା ମାରି ପାଳି ଆରମ୍ଭ କରିଥିଲେ । ମାତ୍ର ଯେତେବେଳେ ଆର୍ଚର ଆସିଥିଲେ ଏବଂ ସର୍ଟ ପିଚ୍ ବଲ୍ ପକାଇଥିଲେ । ହକ୍ ସଟ୍ ମାରିବାକୁ ଯାଇ ଓ୍ବିକେଟ କିପରଙ୍କ ହାତରେ ଧରାପଡ଼ିଥିଲେ ବୈଭବ ।
ଆଇପିଏଲ ସମୟରେ ଅନେକ ବୋଲର ବୈଭବଙ୍କ ବିପକ୍ଷରେ ସଟ୍ ପିଚ୍ ଏବଂ ବାଉନ୍ସର ପକାଇଥିଲେ । ଯାହାକୁ ମାରିବାରେ ସଫଳ ମଧ୍ୟ ହୋଇଛନ୍ତି । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ବିଫଳ ହେବା ପଛର କାରଣ ହେଉଛି ପିଚ୍ । କାରଣ ପିଚ୍ ଫ୍ଲାଟ୍ ରହିଥିଲା । ମାତ୍ର ଦକ୍ଷିଣଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡରେ ଅଧିକ ବାଉନ୍ସର ହୋଇଥାଏ । ଏଠାରେ ହୁକ୍ ସଟ୍ ମାରିବା କଷ୍ଟକର ହୋଇଥାଏ । ଭାରତ ଭଳି ଅଭ୍ୟାସ ରହିଥିବାବେଳେ ଏଠାରେ ନିଜର ଅଭ୍ୟାସକୁ ବଦଳାଇବାକୁ ପଡ଼ିବ । ବୈଭବ ପୁରୁଣା ଅଭ୍ୟାସ ରଖିଥିବାବେଳେ ସବୁ ବଲକୁ ସୀମାରେଖା ବାହାରକୁ ପଠାଇବାର ଅଭ୍ୟାସ ରଖୁଛନ୍ତି। ବୁଝିଶୁଝି ଖେଳିବା ସହ ପିଚ୍ ସହ ତାଳ ଦେଇ ବ୍ୟାଟିଂ କରିବାର ଅଭ୍ୟାସ କରିବା ଜରୁରୀ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଏହାସହ ପଢ଼ନ୍ତୁ : ଟାଟୁ ଥିଲେ ଚାକିରି ମିଳିବ ନା ନାହିଁ, ଜାଣନ୍ତୁ ନିୟମ କଣ ?