ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଏବେ ଦମଦାର ଫର୍ମରେ ନଜର ଆସୁଛନ୍ତି । ଏହି ଯୁବ ପ୍ରତିଭା ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଥିବାବେଳେ ଅରେଞ୍ଜ କ୍ୟାପ୍ ରେସରେ ମଧ୍ୟ ରହିଛନ୍ତି । ତେବେ ନିକଟରେ କେଭିନ ପିଟରସନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେ ଅତିଥୀଭାବେ ଯୋଗ ଦେଇଥିବାବେଳେ ବିସ୍ଫୋରକ ପ୍ରତିକ୍ରିୟା ରଖିଛନ୍ତି । ୟୁନିଭର୍ସନାଲ ବସ ଭାବେ ଜଣାଶୁଣା କ୍ରିସ୍ ଗେଲ ଟି-୨୦ କ୍ରିକେଟରେ ସର୍ବାଧିକ ୧୭୫ ରନ କରି ରେକର୍ଡ କରିଛନ୍ତି । ତେବେ ଏହି ରେକର୍ଡକୁ ଭାଙ୍ଗିବେ ବୋଲି ଦୃଢ଼ୋଶକ୍ତି ପ୍ରକାଶ କରିଛନ୍ତି ସୂର୍ଯବଂଶୀ ।

କ୍ରିସ୍ ଗେଲ୍ ଟି-୨୦ କ୍ରିକେଟରେ ଏକ ବଡ଼ ନାମ । ଓ୍ବେଷ୍ଟଇଣ୍ଡିଜର ଏହି ଘାତକ ବ୍ୟାଟ୍ସମ୍ୟାନଙ୍କ ଖେଳ ସମସ୍ତଙ୍କୁ ପ୍ରଭାବିତ କରିଛି । ଆଇପିଏଲରେ ସେ ୧୭୫ ରନର ପାଳି ଖେଳି ରେକର୍ଡ କରିଛନ୍ତି । ତେବେ ଏହି ରେକର୍ଡକୁ ଭାଙ୍ଗିବେ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ । ତେବେ କହିଛନ୍ତି କି, ମୁଁ ଯେବେ ସମ୍ପୂର୍ଣ୍ଣ ୨୦ ଓଭର ଖେଳିବି ଏହାକୁ ସହଜରେ ଭାଙ୍ଗିପାରିବି । କେବଳ ଏତିକି ନୁହେଁ ଟି-୨୦ରେ ଦ୍ବିଶତକ ହାସଲ କରିବି । ଏହା ମୋର ଲକ୍ଷ୍ୟ ରହିଛି । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ପ୍ଲେଅଫରେ ରାଜସ୍ଥାନ ପହଞ୍ଚିଥିବାବେଳେ ଏବେ ବଡ଼ ପାଳି ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ସେ ପିଟରସନଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ୫୦ ବଲରେ ୧୦୦ ରନ କରିବାର ଚ୍ୟାଲେଞ୍ଜ ଦିଆଯାଇଥିଲା । ଯାହାକୁ ସେ ୨୫ ବଲରେ ପୂରଣ କରିଥିଲେ । ତେବେ ୧୦ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାସହ ଫିଲଡରଙ୍କୁ କ୍ୟାଚ ଧରିଲେ ଅଫର ଦେଇଥିଲେ ପିଟରସନ । ତଥାପି ସୂର୍ଯବଂଶୀ ସବୁ ବଲ ବାଉଣ୍ଡୁରୀକୁ ପଠାଇଥିଲେ । ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବା ପରେ ଚକିତ ହୋଇଥିଲେ ।

ଏହାସହ ପଢ଼ନ୍ତୁ : IPL 2026: RCB, GT, SRH, RR...କିଏ ହେବ ଚାମ୍ପିଅନ ? ଭବିଷ୍ୟବାଣୀ କଲେ ଭାରତର ବାପୁ, କହିଲେ ବିଜୟ ପଛର କାରଣ