ନୂଆଦିଲ୍ଲୀ,୨୫/୦୫; RCB, GT, SRH, RR । ଏହି ୪ଟି ଦଳ ଚଳିଚ ଆଇପିଏଲ ୨୦୨୬ର ପ୍ଲେଅଫରେ ସ୍ଥାନ ପାଇଛନ୍ତି । କିନ୍ତୁ ଏହି ୪ଟି ଦଳ ମଧ୍ୟରୁ କିଏ ବିଜୟୀ ହେବ ? IPL ଟ୍ରଫି କିଏ ଜିତିବ ? ଏହି ପ୍ରଶ୍ନର ଉତ୍ତର କେବଳ ମେ' ୩୧ ତାରିଖରେ ଜଣାପଡିବ । କିନ୍ତୁ ଏହା ପୂର୍ବରୁ, ବିଜେତାଙ୍କ ନାମ ସମ୍ପର୍କରେ ଏକ ଭବିଷ୍ୟବାଣୀ କରାଯାଇଛି । ଏହି ଭବିଷ୍ୟବାଣୀ କୌଣସି ସନ୍ଥ କିମ୍ବା ଜ୍ୟୋତିଷଙ୍କ ଦ୍ୱାରା ନୁହେଁ, ବରଂ ଭାରତୀୟ କ୍ରିକେଟର ବାପୁଙ୍କ ଦ୍ୱାରା କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲଙ୍କ ଡାକ ନାମ ବାପୁ । ଆଇପିଏଲ ୨୦୨୬ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡ଼ିଥିବା ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲଙ୍କୁ କେକେଆର ବିପକ୍ଷରେ ଶେଷ ଗ୍ରୁପ୍ ମ୍ୟାଚ୍ ପରେ ଚାମ୍ପିଅନ୍ ଦଳ ବିଷୟରେ ପଚରାଯାଇଥିଲା । ଯାହାର ଉତ୍ତର ସେ ଚାମ୍ପିଅନ୍ ଟିମ୍ ନାମ କହିବା ସହିତ କାହିଁକି ଦଳ ଦାବିଦାର ବୋଲି କହିଛନ୍ତି ।
ଅକ୍ଷର ପଟେଲଙ୍କ ଆକଳନରେ SRH ଚାମ୍ପିଅନ୍- ମ୍ୟାଚ୍ ପରେ ଉପସ୍ଥାପନା ସମୟରେ, ମୁରଲୀ କାର୍ତ୍ତିକ ୪ଟି ଦଳ ବିପକ୍ଷରେ ଖେଳିଥିବା ଅକ୍ଷର ପଟେଲଙ୍କୁ ପଚାରିଲେ ଯେ କେଉଁ ଦଳ ଟାଇଟଲ ଜିତିବ ବୋଲି ସେ ଭାବୁଛନ୍ତି । ଅକ୍ଷର ପଟେଲ ସନରାଇଜର୍ସ ହାଇଦ୍ରାବାଦର ନାମ ଦେଇଥିଲେ । ଅକ୍ଷର ପଟେଲ ତାଙ୍କ ଅଭିଜ୍ଞତା ଆଧାରରେ ସନରାଇଜର୍ସ ହାଇଦ୍ରାବାଦକୁ କେବଳ ଚାମ୍ପିଅନ୍ ଭାବରେ ମୂଲ୍ୟାଙ୍କନ କରିନଥିଲେ, ବରଂ ସେ କାହିଁକି ସେମାନଙ୍କୁ ସମର୍ଥନ କରିଥିଲେ ତାହାର ଗୁରୁତ୍ୱପୂର୍ଣ୍ଣ କାରଣ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ, ଯେତେବେଳେ ଦଳର ଶ୍ରେଷ୍ଠ ୩ଜଣ ରନ କରନ୍ତି, ସେତେବେଳେ ସେମାନଙ୍କୁ ଅଟକାଇବା କଷ୍ଟକର ହୋଇପଡ଼େ।
ଏହା ବି ପଢନ୍ତୁ...Cricketer Dies: ଖେଳୁଥିଲେ ମ୍ୟାଚ୍ ଆସିଲା ହାର୍ଟ ଆଟାକ୍, ପିଚ୍ରେ ଟଳି ପଡ଼ିଲେ ୩୯ ବର୍ଷୀୟ କ୍ରିକେଟର
ରେକର୍ଡ ବି ଅକ୍ଷରଙ୍କ ଦାବିକୁ ସମର୍ଥନ କରେ- ସନରାଇଜର୍ସ ହାଇଦ୍ରାବାଦ ବିଜୟ ନେଇ ଅକ୍ଷର ପଟେଲଙ୍କ ଭବିଷ୍ୟବାଣୀକୁ ସୋସିଆଲ ମିଡିଆରେ ଶିରୋନାମା ସୃଷ୍ଟି କରୁଥିବା ଏକ ପରିସଂଖ୍ୟାନ ଆହୁରି ଦୃଢ଼ କରିଛି । ଆଇପିଏଲ ପ୍ଲେଅଫ୍ ଆରମ୍ଭ ହେବା ପରଠାରୁ, କେବଳ ଥରେ ଶ୍ରେଷ୍ଠ ଦୁଇ ଦଳ ବାହାରେ ଥିବା କୌଣସି ଦଳ ଆଇପିଏଲ ଟାଇଟଲ ଜିତିଛି । ସେହି ଦଳ ଥିଲା ସନରାଇଜର୍ସ ହାଇଦ୍ରାବାଦ। ଅରେଞ୍ଜ ଆର୍ମି ଭାବରେ ଜଣାଶୁଣା ଏସଆରଏଚ ୨୦୧୬ରେ ଏହି ସଫଳତା ହାସଲ କରିଥିଲା ।
୧୦ ବର୍ଷ ପରେ ରିପିଟ୍ ହେବ କି ଇତିହାସ ? ଯଦି ସନରାଇଜର୍ସ ହାଇଦ୍ରାବାଦ ୧୦ ବର୍ଷ ପରେ ସେମାନଙ୍କର ଆଇପିଏଲ ସଫଳତା ଦୋହରାଇଥାଏ, ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୨୦୧୬ରେ, SRH ଅଷ୍ଟ୍ରେଲିୟ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ଚାମ୍ପିଅନ ହୋଇଥିଲା ଏବଂ ୨୦୨୬ରେ, ସେମାନଙ୍କର ଅଧିନାୟକ ମଧ୍ୟ ଅଷ୍ଟ୍ରେଲିୟ ପ୍ୟାଟ୍ କମିନ୍ସ ।