ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆଇପିଏଲ୍‌ରୁ ବାଦ୍‌ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ? ପୂର୍ବତନ ବକ୍ସର ଆଣିଲେ ସଂଗୀନ ଅଭିଯୋଗ

Published By : Tapas Panda | May 1, 2025 4:22 PM

Image Courtesy: bbc

ନୂଆଦିଲ୍ଲୀ: ମାତ୍ର ୧୪ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ଏପରି କାରନାମା କରି ଦେଖାଇଛନ୍ତି ଯାହା ସବୁ ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବାମହାତୀ ବ୍ୟାଟର ଏତେ କମ୍ ବୟସରେ ଆଇପିଏଲରେ ମାତ୍ର ୩୫ ବଲରେ ଶତକ ହାସଲ କରିଛନ୍ତି । ତାଙ୍କର ଏହି କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଛି ।  ସାରା ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କୁ ସଲାମ କରୁଛି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । 

ଏପରି ଜଣେ ବ୍ୟକ୍ତି ହେଉଛନ୍ତି ବିଜେନ୍ଦର ସିଂହ । ଯିଏ ଅଲିମ୍ପିକ୍ସରେ ଦେଶ ପାଇଁ କାଂସ୍ୟ ପଦକ ଜିତିଛନ୍ତି । ଏହି ପୂର୍ବତନ ବକ୍ସର ଅଭିଯୋଗ କରିଛନ୍ତି ଯେ, ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଜାଲିଆତି ହୋଇଛି । ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ପରେ, ବିଜେନ୍ଦର ସିଂହ ଏକ ପୋଷ୍ଟ ଲେଖିଛନ୍ତି, ‘ଭାଇ ଆଜିକାଲି ଲୋକମାନେ ନିଜ ବୟସ କମ କରି କ୍ରିକେଟ ଖେଳିବା ଆରମ୍ଭ କରିଛନ୍ତି ।’

ବିଜେନ୍ଦର ସିଂହଙ୍କ ଏହି ପୋଷ୍ଟରେ ଲୋକେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତାଙ୍କ ବୟସ ନୁହେଁ ବରଂ ପ୍ରତିଭା ଦେଖନ୍ତୁ ବୋଲି ବିଜେନ୍ଦର କିଛି ୟୁଜର୍ସ ପରାମର୍ଶ ମଧ୍ୟ ଦେଇଛନ୍ତି । ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ ବିରୋଧରେ ବୟସ ଜାଲିଆତିର ଅଭିଯୋଗ କାହିଁକି ? ଆସନ୍ତୁ ଆମେ ଆପଣଙ୍କୁ ଏହାର କାରଣ କହିବୁ । 

ପ୍ରକୃତରେ ଏହି ଖେଳାଳିଙ୍କ ବୟସ ୧୪ ବର୍ଷ କିନ୍ତୁ ତାଙ୍କର ଉଚ୍ଚତା ଅଧିକ । ତାଙ୍କର ସଟ୍ ମଧ୍ୟ ଚମତ୍କାର। ସେ ୯୦-୯୦ ମିଟର ଲମ୍ବା ଛକା ମାରିଛନ୍ତି ଯାହା କୌଣସି ୧୪ ବର୍ଷର ପିଲା ପାଇଁ ପ୍ରାୟ ଅସମ୍ଭବ ମନେ ହୁଏ । ତଥାପି ବୈଭବ ସୂର୍ଯ୍ୟବଂଶୀ ବିସିସିଆଇର ଏଜ୍‌ ଗ୍ରୁପ୍‌ କ୍ରିକେଟରେ ବୟସ ସମ୍ବନ୍ଧୀୟ ମାମଲାରେ କେବେ ବିଫଳ ହୋଇନାହାନ୍ତି । 

ଯଦି କୌଣସି ଭାରତୀୟ କ୍ରିକେଟର ବୟସ ଜାଲିଆତିରେ ଧରାପଡ଼ନ୍ତି, ତେବେ ବିସିସିଆଇ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ସେହି ଖେଳାଳିଙ୍କୁ ନିଷିଦ୍ଧ ମଧ୍ୟ କରାଯାଇପାରେ। ବୟସ ଜାଲିଆତି କରୁଥିବା ଜଣେ କ୍ରିକେଟରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଏ । ଏହି ସମୟ ମଧ୍ୟରେ ସେ ବିସିସିଆଇ ସହିତ ଜଡିତ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ଲିଗରେ ଖେଳିପାରିବେ ନାହିଁ । ଅଙ୍କିତ ବାୱନେ, ନୀତିଶ ରାଣା, ରସିକ ସଲାମ, ମନଜୋତ କାଲରା, ପ୍ରିନ୍ସରାମ ନିବାସ ଯାଦବଙ୍କୁ ମଧ୍ୟ ବୟସ ଜାଲିଆତି ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.