ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାରାଣସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୧୪ ଗିରଫ, ତଦନ୍ତ କରିବ ଏସ୍‌ଆଇଟି

Published By : Prameya | April 18, 2025 9:59 AM

ବାରାଣସୀ,୧୮/୦୪: ବାରାଣସୀରେ ଜଣେ ୧୯ ବର୍ଷୀୟା  ଛାତ୍ରୀଙ୍କୁ ହୋଇଥିବା ଗଣଦୁଷ୍କର୍ମ  ଘଟଣାର ତଦନ୍ତ କରିବା ଲାଗି ପୁଲିସ  ପକ୍ଷରୁ ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ  ଦଳ) ଗଠନ କରାଯାଇଛି । ଡିସିପି  (ଅପରାଧ) ପ୍ରମୋଦ କୁମାର ଏହାର  ନେତୃତ୍ୱ ନେବେ । ୩୦ ଦିନ ଭିତରେ ତଦନ୍ତ କରି ଏସ୍‌ଆଇଟି ରିପୋର୍ଟ  ଦେବ । ଏହି ସୂଚନା ଦେଇଛନ୍ତି  ପୁଲିସ କମିଶନର ମୋହିତ ଅଗ୍ରୱାଲ ।  

ସେ କହିଛନ୍ତି ପ୍ରାଥମିକ ମେଡିକାଲ ରିପୋର୍ଟରୁ ଛାତ୍ରୀଙ୍କ ଆଭନ୍ତରୀଣ  ଅଙ୍ଗରେ କୌଣସି ପ୍ରକାର ଆଘାତ  ନାହିଁ । ଦ୍ୱିତୀୟ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହେବ । କିନ୍ତୁ ପ୍ରମାଣ ନ  ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନ ଆଉ କାହାକୁ  ଗିରଫ କରାଯିବ ନାହିଁ । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୪ ଜଣଙ୍କୁ ଗିରଫ  କରାଯାଇଛି । ଏଥିରେ ୨୩ ଜଣ ସମ୍ପୃକ୍ତ  ଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି  ପୁଲିସ ଛାତ୍ରୀଙ୍କୁ ତାଙ୍କ ସହପାଠୀଙ୍କ ଘରୁ  ଉଦ୍ଧାର କରିଥିଲା । କିନ୍ତୁ ଛାତ୍ରୀ ଜଣକ  ୫ ଦିନ ଧରି ନିଖୋଜ ଥିଲେ ମଧ୍ୟ  ତାଙ୍କ ପରିବାର ପୁଲିସରେ ଅଭିଯୋଗ କରିନଥିଲେ । ତାଛଡା ଯୁବତୀ ଯେଉଁ  ସମୟରେ ଅଭିଯୁକ୍ତଙ୍କ କବ୍‌ଜାରେ  ଥିଲେ ବୋଲି ଦର୍ଶାଇଛନ୍ତି ସେହି  ସମୟରେ ସେ ନିଜେ ମୋବାଇଲରେ  ମେସେଜ୍‌ କରି ଉକ୍ତ କାଫେକୁ  ଯାଉଥିବା କଥା ଜଣାଉଛନ୍ତି । ଏସବୁ  ଦିଗକୁ ନେଇ ତଦନ୍ତ ମଧ୍ୟ କରାଯିବ ।  ସେପଟେ ଗିରଫ ଅଭିଯୁକ୍ତଙ୍କ ପରିବାର  ଲୋକେ ଆଜି କମିଶନରଙ୍କୁ ଭେଟି  କିଛି ପ୍ରମାଣ ଦେବା ସହ ଏହା ଏକ  ମିଥ୍ୟା ମାମଲା ବୋଲି ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.