ନୂଆଦିଲ୍ଲୀ ୦୭/୦୬: ହିନ୍ଦୁ ଧର୍ମରେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସହ ବିବେଚନା କରାଯାଏ। ଝାଡୁକୁ ଘର ସଫା ସୁତୁରା ପାଇଁ ବ୍ୟବହୃତ କରାଯାଏ। କିନ୍ତୁ ଝାଡୁ ସମ୍ବନ୍ଧୀୟ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଏହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ...
ଯଦି ଭୁଲରେ ଝାଡୁରେ ଆପଣଙ୍କ ପାଦ ବାଜି ଯାଏ, ତେବେ ମା’ ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି। ଆପଣ ଜୀବନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଝାଡୁରେ ପାଦ ବାଜିଲେ, ଏହାକୁ ପ୍ରଣାମ କରି ମା ଲକ୍ଷ୍ମୀଙ୍କୁ କ୍ଷମା ମାଗିବା ଉଚିତ୍ ।
{"id":584005,"sizeSlug":"full","linkDestination":"none"}
ଠିଆ କରି ରଖନ୍ତୁ ଝାଡୁ :
ଭୁଲରେ ମଧ୍ୟ ଝାଡୁକୁ ଘରେ କିମ୍ବା ଅଫିସରେ ଠିଆ ରଖିବା ଉଚିତ୍ ନୁହେଁ। ଏହାକୁ ସର୍ବଦା ଶୁଆଇ ରଖିବା ଉଚିତ୍।
ଏହି ଦିନ କିଣନ୍ତୁନି ଝାଡୁ :
ସର୍ବଦା ଶୁକ୍ରବାର କିମ୍ବା ଶନିବାର ଦିନ ଘରକୁ ଝାଡୁ ଆଣନ୍ତୁ। ଏହା ବ୍ୟତୀତ ପୁରୁଣା ଝାଡୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ। ଆପଣ ସୋମବାର, ମଙ୍ଗଳବାର, ବୁଧବାର, ରବିବାର ଦିନ ପୁରୁଣା ଝାଡୁକୁ ବାହାର କରିପାରିବେ ।
wp:heading {"level":3}you can read...
/wp:heading wp:embed {"url":"https://www.prameya.com/maa-lakshmi-never-stays-in-these-places-do-not-make-these-mistakes/","type":"wp-embed","providerNameSlug":"prameya"}ଏହି ଦିଗରେ ରଖନ୍ତୁ ଝାଡୁ :
ଝାଡୁକୁ ସବୁବେଳେ ଘରର ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ସବୁବେଳେ ଝାଡୁକୁ ସଠିକ୍ ଦିଗରେ ରଖିବା ଅତ୍ୟନ୍ତ ଜରୁରୀ, ନଚେତ୍ ବିପରୀତ ଫଳାଫଳ ମିଳିଥାଏ।