PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାଲକାନଗିରି ସହରରେ ଗାଡ଼ି ପାର୍କିଂ ସ୍ଥାନ ଓ ଶୌଚାଳୟରେ ପଡ଼ିଛି ତାଲା – ଘଟଣାକୁ ଜିଲ୍ଲା କଂଗ୍ରେସର ନିନ୍ଦା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସୁବାଷ ବୋଷ ଛକ ନିକଟରେ ପୌରପରିଷଦ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏକ ଗାଡ଼ି ପାର୍କିଂ ସ୍ଥାନ ଓ ଶୌଚାଳୟ ନିର୍ମାଣ କରାଯାଇଛି। । ଏହା ସାଂସଦଙ୍କ ଦ୍ଵାରା ଉଦଘାଟିତ ହୋଇ ସାରିଥିଲେ ମଧ୍ୟ ପୌର ପରିଷଦ ପକ୍ଷରୁ ଚାବି ପକାଯାଇ ରଖା ଯାଇଛି। ଏହି ପାର୍କିଂ ସ୍ଥାନ ଓ ଶୌଚାଳୟଟି ଜନସାଧାରଣଙ୍କ କୌଣସି କାମରେ ଆସି ପାରୁ ନାହିଁ । ଅନ୍ୟପକ୍ଷରେ ସହରରେ ପାର୍କିଂ ସ୍ଥଳ ନଥିବାରୁ ଗ୍ରାହକ ମାନେ ଦୋକାନ ଆଗରେ ରାସ୍ତାକଡ଼ରେ ଗାଡି ରଖୁଥିବାରୁ ସେମାନେ ସବୁଦିନେ ପୁଲିସ ଓ ପରିବହନ ବିଭାଗକୁ ଜରିମାନା ଦେଉଛନ୍ତି।   

ହେଲେ ଉଦ୍ଘାଟନ ପରେ ମଧ୍ୟ କାହିଁକି ଜନସାଧାରଣଙ୍କ ପାଇଁ ଏହି ପାର୍କିଂ ଖୋଲା ନ ଯାଇ ତାଲା ପକାଇ ରଖା ଯାଇଛି ଏହାକୁ ନେଇ ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି । ପାର୍କିଂ ବନ୍ଦ ଥିବା ଯୋଗୁ ଲୋକ ଗାଡ଼ି ରାସ୍ତା କଡ଼ରେ ରଖିବା ଦ୍ୱାରା ଲୋକଙ୍କୁ ଫାଇନ ଦେବାକୁ ପଡୁଛି, ଯାହାଫଳରେ ଦୋକାନୀ ଓ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଆଗାମୀ ୨୪ ଘଣ୍ଟା ଭିତରେ ପାର୍କିଂ ସ୍ଥାନରେ ପଡିଥିବା ତାଲା ଜନସାଧାରଣଙ୍କ ପାଇଁ ଖୋଲା ନ ଯାଏ ତାହାଲେ ତାଲା ଭାଙ୍ଗି ପାର୍କିଂ ଭିତରେ ପ୍ରବେଶ କରିବେ ବୋଲି ଜିଲ୍ଲା କଂଗ୍ରେସ ଦଳର ବରିଷ୍ଠ ନେତା ଜି ଶ୍ରୀ ନିବାସ ରାଓ  ଓ କଂଗ୍ରେସ ନେତା କର୍ମୀ ମାନେ ପୌର ପରିଷଦ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି।