କୋକସରା: ୬/୩, ଅଗ୍ନିକାଣ୍ଡର କରାଳ ରୂପ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ୍ ଷ୍ଟାଣ୍ଡ ଜାତୀୟ ରାଜପଥ ୨୬ କଡ଼ରେ ଥିବା ପରିବା ଦୋକାନ ପୋଡ଼ିଯାଇଛି । ଦୀର୍ଘବର୍ଷ ଧରି ପନିପରିବା, ଫଳ ବିକ୍ରି କରି ପରିବାର ଓ ରୋଗିଣା ସ୍ୱାମୀକୁ ପ୍ରତିପୋଷଣ କରି ଆସୁଥିଲେ ଶାନ୍ତି । ଗତକାଲି ରାତିରେ ହଠାତ୍ ତାଙ୍କ ଦୋକାନରେ ନିଆଁ ଲାଗିବା ଫଳରେ ନିମିଷକରେ ନିଆଁ ବ୍ୟାପି ଦୋକାନରେ ଥିବା ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି ।
ଏହା ବି ପଢ଼ନ୍ତୁ... ଗଛରେ ପିଟି ହେଲା ବୋଲେରୋ : ସିଡିପିଓଙ୍କ ସ୍ବାମୀ ମୃତ
ଅନ୍ୟପଟେ କୋକସରା ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟ ମଧ୍ୟରେ ନିଆଁରେ ପୂରା ଦୋକାନ ଭସ୍ମୀଭୂତ ହୋଇ ସାରିଥିଲା । ଏବେ ମହିଳା ଜଣକ ବେସାହାରା ହୋଇ ପଡ଼ିଥିବା ବେଳେ କେମିତି ସେ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ସ୍ଥାନୀୟ ପ୍ରଶାସନ ନିକଟରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।