ରାଉରକେଲା, ୫।୩ : ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଫୁଲଝର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍। ଦୁର୍ଘଟଣାରେ ସ୍ବାମୀ ମୃତ ଓ ସ୍ତ୍ରୀ- ଝିଅ ଗୁରୁତର। ମୃତକ ଜଣକ ହେଲେ ରୁପେଶ କୁମାର ସାହୁ । ସେ ଗୁରୁଣ୍ଡିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ CDPO ଅନୁପମା ଗୋଚ୍ଛାୟତଙ୍କ ସ୍ବାମୀ ।
କେନ୍ଦୁଝର ରୁ ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ପରିବାର ସହ ଫେରୁଥିଲେ ଗୁରୁଣ୍ଡିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ CDPO ଅନୁପମା ଗୋଚ୍ଛାୟତ । ବୋଲେରୋରେ CDPO ଅନୁପମା ଗୋଚ୍ଛାୟତ, ସ୍ବାମୀ ରୁପେଶ କୁମାର ସାହୁ , ଝିଅଙ୍କ ସହ ଗୁରୁଣ୍ଡିଆକୁ ଫେରୁଥିଲେ । ସ୍ବାମୀ ରୁପେଶ କୁମାର ଗାଡ଼ି ଚଳାଉଥିଲେ । ବୋଲେରୋଟି ଭାରସାମ୍ୟ ହରାଇ ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଫୁଲଝର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ CDPOଙ୍କ ସ୍ବାମୀ ରୁପେଶ କୁମାର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ, CDPO ଅନୁପମା ଗୋଚ୍ଛାୟତ ସହ ତାଙ୍କ ଝିଅ ଗୁରୁତର ଅବସ୍ଥାରେ ରାଉରକେଲାର ଏକ ଘରୋଇ ହସ୍ପିଟାଲ୍ ଭର୍ତ୍ତି ହୋଇଛନ୍ତି । ଅନ୍ୟ ପଟେ ମୃତ ରୁପେଶ୍ କୁମାର ସାହୁଙ୍କ ମର ଶରୀର ବଣାଇ ଡାକ୍ତରଖାନାର ଶବ ଗୃହରେ ରଖାଯାଇଛି ।
ଆହୁରି ପଢନ୍ତୁ :ଗାଧୋଇବା ବେଳେ ମହାନଦୀରେ ବୁଡି ୨ ଯୁବକ ମୃତ