ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

୫ରୁ ଅଧିକ ଚାଲାଣ କଟିଲେ ଗାଡ଼ିର ରେଜିଷ୍ଟ୍ରେସନ ହେବ ରଦ୍ଦ

Published By : Gurupada Nath | July 31, 2025 9:18 PM

କଟକ,୩୧/୭ :  ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ କଡ଼ା ଆଭିମୁଖ୍ୟ । ଚାଲାଣ ଖିଲାପକାରୀଙ୍କ ବିରୋଧରେ ନିଆଯିବ ବଡ଼ ଆକ୍ସନ । ୫ଟି ରୁ ଅଧିକ ଚାଲାଣ କଟିଥିବା ହାଲୁକା ଯାନ ଓ ଭାରି ଯାନ ଗାଡ଼ି ମାଲିକ ଯଦି ଫାଇନ ପଇଠ ନ କରନ୍ତି ତେବେ ସଂପୃକ୍ତ ଗାଡ଼ିର ରେଜିଷ୍ଟ୍ରେସନକୁ ରଦ୍ଦ କରାଯିବ। ତେବେ ଖିଲାପ କରିଥିବା ଏବେ ସୁଦ୍ଧା ୨୦୦ଗାଡି ମାଲିକଙ୍କୁ ନୋଟିସ କରାଯାଇଛି । ୧୦ହଜାରରୁ ଅଧିକ ଗାଡ଼ି ମାଲିକଙ୍କୁ ଏଭଳି ପର୍ଯ୍ୟାୟକ୍ରମେ କରାଯିବ ନୋଟିସ । ଯେଉଁମାନେ ଏଥିରେ ଖିଲାପ କରିଛନ୍ତି ପରିବହନ ବିଭାଗ ପକ୍ଷରୁ ତାଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଆଗାମୀ ଦୁଇ ମାସ ଭିତରେ ଏହି ନୋଟିସ ସବୁ ପଠାଯିବ । 

ଏହି ନୋଟିସ ପାଇବାର ୧୫ଦିନ ମଧ୍ୟରେ ଚାଲାଣ କରିଥିବା ଅର୍ଥ ପଇଠ କରିବା ପାଇଁ ପଡ଼ିବ । ଯଦି ଗାଡ଼ି ମାଲିକ ଏହାକୁ ଖିଲାପ କରନ୍ତି ତେବେ ଗାଡ଼ି ରେଜିଷ୍ଟ୍ରେସନ୍ ରଦ୍ଦ ହେବ । ଯେଉଁ ଗାଡ଼ି ଗୁଡ଼ିକର ଫିଟନେସ, ପରମିଟ, ଇନ୍ସୁରାନ୍ସ, ପଲ୍ୟୁସନ ନ ଥିବ ସେହି ଗାଡ଼ି ଗୁଡ଼ିକ ଇ ଡିଟେକ୍ସନ୍ ମାଧ୍ୟମରେ ବିଭିନ୍ନ ଟୋଲ ଗେଟରେ ଧରାପଡ଼ିବା ସହ କଟିବ ସେମାନଙ୍କ ଚାଲାଣ। ଆଉ ଏହି ଚାଲାଣ ପାଞ୍ଚରୁ ଅଧିକ ହେଲେ ଏବଂ ଗାଡ଼ି ମାଲିକ ଏହାକୁ ପଇଠ ନ କଲେ ରେଜିଷ୍ଟେଶନ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ଏନଫୋର୍ସମେଣ୍ଟର ଅତିରିକ୍ତ କମିଶନର ଲାଲ ମୋହନ ସେଠି ସୂଚନା ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.