ନୂଆଦିଲ୍ଲୀ, ୦୯/୦୪: AI କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି । ଡାଟା ସାଇନ୍ସରେ ଦେଶରେ ନୂଆ ମାଇଲଖୁଣ୍ଟ ଛୁଇଁଛି । ଏହାରି ଭିତରେ AI ଆଧାରିତ ଲୋକାଲ୍ ଲଙ୍ଗଓ୍ବେଜ୍ ଟେକ୍ନୋଲୋଜି ପ୍ଲାଟଫର୍ମ VerSe Innovation ଗୁରୁବାର ବଡ଼ ଘୋଷଣା କରିଛି ।  କମ୍ପାନୀ ପ୍ରସନ୍ନା ପ୍ରସାଦଙ୍କୁ ଚିଫ୍ ପ୍ରଡକ୍ଟ ଏବଂ ଟେକ୍ନୋଲୋଜି ଅଫିସର ବା CPTO ଭାବେ ନିଯୁକ୍ତି କରିଛି । ଏହି ପଦରେ ପ୍ରସନ୍ନା ପ୍ରସାଦ କମ୍ପାନୀର ଇଞ୍ଜିନିୟିରିଂ, ପ୍ରଡକ୍ଟ ଏବଂ ଡାଟା ସାଇନ୍ସ ବିଭାଗର ନେତୃତ୍ବ ନେବେ ଏବଂ VerSeର ସମସ୍ତ ଆପ୍ଲିକେସନରେ AI ଆଧାରିତ ନୂଆ ଉଦ୍ଭାନକୁ ବିକଶିତ କରିବେ ।  

ସୂଚନା ଅନୁଯାୟୀ, VerSe Innovation ହେଉଛି ସାଧାରଣତଃ Dailyhunt, Josh, NexVerse.ai, Magzter ଏବଂ Oneindia ଭଳି ପ୍ଲାଟଫର୍ମ ଗୁଡ଼ିକର ମୂଳ କମ୍ପାନୀ । ସେପଟେ CPTO ପ୍ରସନ୍ନା ପ୍ରସାଦଙ୍କ ନିକଟରେ ପ୍ରଡକ୍ଟ ଇଞ୍ଜିନିୟରିଂ, ଡାଟା ସାଇନ୍ସ ଏବଂ ବଡ଼ ବଡ଼ ପ୍ଲଟଫର୍ମକୁ ବିକଶିତ କରିବାର ଦୁଇ ଦଶକରୁ ଅଧିକ ଦକ୍ଷତା ରହିଛି । ସେ ଆମେରିକା, ୟୁରୋପ ଏବଂ ଭାରତରେ ଅଧିକାଂଶ ଗ୍ଲୋବାଲ୍ ଟିମକୁ ଲିଡ୍ କରିସାରିଛନ୍ତି । ଏହା ସହିତ ସେ ହାଇ-ସ୍କେଲ୍ ରିୟଲ ଟାଇମ ସିଷ୍ଟମ, କ୍ଲାଉଡ୍ ଆଧାରିତ ଇନଫ୍ରାଷ୍ଟ୍ରକ୍ଚର ଏବଂ AI ଯୁକ୍ତ ଉତ୍ପାଦ ତିଆରି କରିବାର ଦକ୍ଷତା ହାସଲ କରିସାରିଛନ୍ତି ।

Verve Groupରେ ଗୁରୁତ୍ବପୂର୍ଣ୍ଣ ଭୂମିକା:

ଏହାର ପୂର୍ବରୁ ପ୍ରସନ୍ନା Verve Group Inc. ରେ Chief Technology Officer ଏବଂ Head of Product & AI ପଦବୀରେ କାମ କରୁଥିଲେ। ସେଠାରେ ସେ ୨୦୦ରୁ ଅଧିକ ସଦସ୍ୟ ଥିବା ଗ୍ଲୋବାଲ୍ ଟିମ୍‌କୁ ନେତୃତ୍ୱ ନେଇଥିଲେ । ଏହାଛଡ଼ା AI ମାଧ୍ୟମରେ କମ୍ପାନୀର ଗ୍ରୋଥକୁ ଆଗକୁ ନେଇଥିଲେ । ସେ ପ୍ଲାଟଫର୍ମ ଅଟୋମସନ, ଆଡଭାନ୍ସ ଡାଟା ସାଇନ୍ସ, ଏବଂ ପ୍ରାଇଭେସି ଫାଷ୍ଟ ଏବଂ ସିଷ୍ଟମ ତିଆରିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । VerSe Innovationରେ ପ୍ରସନ୍ନା କମ୍ପାନୀର AI କ୍ଷମତାକୁ ଆହୁରି ମଜବୁତ କରିବା ଉପରେ କାମ କରିବେ। ତାଙ୍କର ମୁଖ୍ୟ ଧ୍ୟାନ କଣ୍ଟେଣ୍ଟ କ୍ରିଏଟର ଇକୋ-ସିଷ୍ଟମ ଏବଂ ଡିଜିଟାଲ୍ ଆଡଭାର୍ଟାଇଜିଂ ଉପରେ ରହିବ । ସେ କମ୍ପାନୀର ସମସ୍ତ ପ୍ଲାଟଫର୍ମରେ ଶକ୍ତିଶାଳୀ କୃତ୍ରିମ ବୁଦ୍ଧିମତା ସିଷ୍ଟମ ତିଆରି କରିବେ । ଯାହା ଦ୍ବାରା ଦ୍ୱାରା ୟୁଜରମାନେ ଅଧିକ ବ୍ୟକ୍ତିଗତ ଏବଂ ନିଜ ସମ୍ପର୍କିତ କଣ୍ଟେଣ୍ଟ ପାଇବେ ଏବଂ କଣ୍ଟେଣ୍ଟ୍ କ୍ରିଏଟର ଆହୁରି ଭଲ କଣ୍ଟେଣ୍ଟ ତିଆରି କରିପାରିବେ । ଆଡଭାର୍ଟାଇଜିଂ ଟେକ୍ନୋଲୋଜି ଆହୁରି ସ୍ମାର୍ଟ ହେବ ବୋଲି କୁହାଯାଉଛି ।

କମ୍ପାନୀର କୋ-ଫାଉଣ୍ଡର କହିଛନ୍ତି:

VerSe Innovation ର କୋ-ଫାଉଣ୍ଡର ଉମଙ୍ଗ ବେଦୀ କହିଛନ୍ତି, ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ଡିଜିଟାଲ୍ ପ୍ଲାଟଫର୍ମ ତିଆରି, ବିସ୍ତାର ଏବଂ ଅଧିକ ଆୟ ଉତ୍ପାଦନର ମୁଖ୍ୟ ଅଂଶ ହୋଇପାରିଛି । ଏହି ପରିବର୍ତ୍ତନ କଣ୍ଟେଣ୍ଟ କ୍ରିଏଟର ଏବଂ ଆଡଭାର୍ଟାଇଜିଂର ଆଗାମୀ ବିକାଶକୁ ନିର୍ଦ୍ଦେଶ କରିବ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରସନ୍ନାଙ୍କ ପାଖରେ ଇଞ୍ଜିନିୟିରିଂ, ଡାଟା ସାଇନ୍ସ, ଏବଂ କୃତ୍ରିମ ବୁଦ୍ଧିମତା ପ୍ଲାଟଫର୍ମ ଟ୍ରାନ୍ସମିଶନରେ ଗଭୀର ଅଭିଜ୍ଞତା ରହିଛି । ଯାହା କମ୍ପାନୀର ଟେକ୍ନୋଲୋଜିକୁ ଆହୁରି ମଜବୁତ କରିବ ।

ଟେକ୍ନୋଲୋଜି ପରିବର୍ତ୍ତନ ଆଣୁ:

ପ୍ରସନ୍ନା ପ୍ରସାଦ କହିଛନ୍ତି ଯେ, ଯେପରିକି ପ୍ଲାଟଫର୍ମ ଗୁଡ଼ିକ ବଡ଼ ହେଉଛି, ଟେକ୍ନୋଲୋଜି କେବଳ ସମର୍ଥନ ନୁହେଁ  ଏହା ଏବେ ପରିବର୍ତ୍ତନ ଆଣୁଛି । ବର୍ତ୍ତମାନ ଧ୍ୟାନ ରହୁଛି ଯେ, ସିଷ୍ଟମ କେତେ ସତର୍କତାର ସହିତ ଏବଂ ସଠିକ୍ ଭାବରେ ୟୁଜର ଅଭିଜ୍ଞତା. କଣ୍ଟେଣ୍ଟ ଏବଂ ଆୟକୁ ଉନ୍ନତ କରୁଛି । ଏହାଛଡ଼ା VerSe ରେ ତାଙ୍କର ଧ୍ୟାନ ସିଷ୍ଟମକୁ ଆହୁରି ସଠିକ୍ ଏବଂ ଶକ୍ତିଶାଳୀ କରିବା ଉପରେ ରହିବ ବୋଲି ପ୍ରସନ୍ନା ପ୍ରସାଦ କହିଛନ୍ତି ।...