PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶାଢ଼ିରେ ୱାର୍କଆଉଟ୍ କରୁଛନ୍ତି ମହିଳା, ଜିମରେ ୫୬ ବର୍ଷୀୟ ମହିଳାଙ୍କ ନୂଆ ଅବତାର

ଚେନ୍ନାଇ, ୨୦/୧୧: ବୟସ ନାମକୁ ମାତ୍ର । ମନୋବଳ ଥିଲେ ମଣିଷ କିଛି ବି କରିପାରେ । ଯେ କୌଣସି ସଫଳତା ହାସଲ କରିପାରେ । ଠିକ୍ ସେହିପରି ଚେନ୍ନାଇର ୫୬ ବର୍ଷୀୟ । ଯିଏ ନିଜର ଏଭଳି କାର୍ଯ୍ୟ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଚେନ୍ନାଇର ୫୬ ବର୍ଷୀୟ ଜିମ୍ ଯାଆନ୍ତି, ୱାର୍କ ଆଉଟ୍ କରନ୍ତି, ଭାରି ଡମ୍ବଲ ଉଠାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହିସବୁ କାର୍ଯ୍ୟ ସେ ଜିମ୍ ସୁଟରେ ନୁହେଁ ବରଂ ଶାଢ଼ି ପିନ୍ଧି କରନ୍ତି ।

ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ସମସ୍ତେ ଚାହାଁନ୍ତି । ନିଜକୁ ସୁସ୍ଥ ଓ ମଜବୁତ ରଖିବା କିଏ ଡାଇଟିଂ କରେ ତ କିଏ ଜିମ୍ ଯାଏ । ତେବେ ଏସବୁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ଦେଖିବାକୁ ମିଳେ । ଜିରୋ ଫିଗର୍ ପାଇଁ ଲୋକେ ଖାଦ୍ୟ ମଧ୍ୟ ବର୍ଜନ କରନ୍ତି । ମାତ୍ର, ଏହି ମହିଳା ନିଜକପ ସୁସ୍ଥ ରଖିବା ପାଇଁ ୫୬ ବର୍ଷରେ ମଧ୍ୟ ଜିମରେ ୱାର୍କଆଉଟି କରିବାକୁ ଖୁବ୍ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ ସେ ନିଜର କଠିନ ପରଶ୍ରମ ପାଇଁ ମାଡ୍ରାସ ବାରବେଲ୍ ଜିମରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ମହିଳା ଜଣକ କହିଛନ୍ତି ଯେ ଦିନେ ତାଙ୍କ ଆଣ୍ଠୁ ଓ ଗୋଡ଼ରୋ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥିଲା । ତାଙ୍କ ପୁଅ ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଖୋଜିବା ପରେ ବ୍ୟାୟାମ ହିଁ ସବୁଠାରୁ ଉତ୍ତମ ଚିକିତ୍ସା ବୋଲି ଜାଣିବାକୁ ପାଇଲେ । ୫୨ ବର୍ଷ ବୟସରେ ସେ ପ୍ରଥମ କରି ଜିମ୍ ଯିବା ଆରମ୍ଭ କରିଥିଲେ । ଏବେ ସେ ଦୈନିକ ନିଜ ବୋହୂ ସହ ଜିମ୍ ଯାଉଛନ୍ତି । ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟ ଶରୀର ସୁସ୍ଥ ରଖିବାକୁ ସର୍ବଦା ପ୍ରଚେଷ୍ଟା କରନ୍ତି । ତାଙ୍କ ୱାର୍କଆଉଟ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଯାହା ବର୍ତ୍ତମାନ ୧ ମିଲିୟନରୁ ଅଧିକ ଭିଉ ଯିବା ସହ ୭୨ ହଜାର ଲାଇକ୍ ମିଳିସାରିଛି । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ନିଜର ଏଭଳି ପ୍ରୟାସ ପାଇଁ ସେ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ।

ସମ୍ବନ୍ଧିତ ଖବର