ଭୁବନେଶ୍ୱର,୨୮/୧୦: ଆଜିଠୁ ଆରମ୍ଭ ହେଲା ‌ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ  । ଯାହା  ନଭେମ୍ବର ୩ ତାରିଖରେ ସରିବ । ଚଳିତ ଥରର ପ୍ରସଙ୍ଗ ରହିଛି ‘ସତ୍ୟନିଷ୍ଠ ସଂସ୍କୃତି  ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତିଭୂମି’ । ସୋମବାର  ଲୋକସେବା ଭବନସ୍ଥିତ କନ୍‌ଭେନସେନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ  ହେବ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ସମସ୍ତ  ବିଭାଗ/ବିଭାଗୀୟ ମୁଖ୍ୟ, ରାଜ୍ୟ ସରକାରୀ  କାର୍ଯ୍ୟାଳୟ ତଥା ସଂସ୍ଥାରେ କାର୍ଯ୍ୟରତ  ଅଧିକାରୀଙ୍କୁ ସାଧୁତାର ଶପଥ ପାଠ  କରାଇବେ ।