ଭୁବନେଶ୍ୱର, ୧୪/୦୫ : ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘରେ ଭିଜିଲାନ୍ସ ରେଡ୍। ଭଦ୍ରକ ଓ ବାଲେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ବର, କେନ୍ଦୁଝର, ବାଲେଶ୍ବରରେ ରେଡ୍ ଚାଲିଛି। ବିଜୟଙ୍କ ପୈତୃକ ଘର ସହ ଭଦ୍ରକ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଛି। 

ସୂଚନାନୁୁଯାୟଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି। 

ଏହି ଖବରଟିକୁ ପଢନ୍ତୁପରିବର୍ତ୍ତନ ହେବ ଡିପ୍ଲୋମା ପାଠ୍ୟକ୍ରମ, ବାଦ୍‌ ପଡ଼ିବ ଏକାଧିକ କୋର୍ସ, ଯୋଡ଼ି ହେବ ନୂଆ