ଭୁବନେଶ୍ବର,୨୫।୧୧ : ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାର ଶୁଣାଣି କରି ବିକ୍ରମ ପଣ୍ଡାଙ୍କ ଜାମିନ ଖାରଜ୍ କରିଛନ୍ତି ବ୍ରହ୍ମପୁର ଏସଜିଜେଏମ କୋର୍ଟ । ଏଥିସହ ମଦନ ଦଳେଇଙ୍କ ଜାମିନ୍ ଖାରଜ୍ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ କୋର୍ଟରେ ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ଆବେଦନ କରିଥିବା କହିଛନ୍ତି ।

ସୂଚନାଯୋଗ୍ୟ ଅକ୍ଟୋବର ୬ ତାରିଖରେ ବୈକୁଣ୍ଠନଗର ଛକରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅକ୍ଟୋବର ୨୨ ତାରିଖରେ ଏହି ମାମଲାର ଖୁଲାସା କରିବା ସହ ପର୍ଯ୍ୟାୟକ୍ରମେ ପୁଲିସ ୧୬ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଗିରଫ ହେବା ପରେ କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ ଓ ଉପରୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଜେରା କରିବା ସହ ସିନ୍ ରିକ୍ରିଏସନ୍ କରାଇଥିଲା । ଏହି ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କୁ ନେଇ ପୁଲିସ ଦୁଇଥର ସାକ୍ଷୀଙ୍କ ଉପସ୍ଥିତିରେ ଟିଆଇ ପରେଡ୍ କରିସାରିଛି ।