PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

Video: ପଞ୍ଜାବ କଂଗ୍ରେସର ‘ସର୍ଦ୍ଦାର’ ଭାବେ ଦାୟିତ୍ବ ନେଲେ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହଙ୍କ ସାମ୍ନାରେ ମାରିଲେ ‘ଛକା’

ଚଣ୍ଡିଗଡ଼: ବହୁ ବାଦ ବିବାଦ ପରେ ପଞ୍ଜାବ କଂଗ୍ରେସର ସର୍ଦ୍ଦାର ହେଲେ ନବଜୋତ ସିଂହ ସିଦ୍ଧୁ। କ୍ରିକେଟ ଅନ୍ଦାଜରେ ଶୁକ୍ରବାର ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ୍‌ ଅମିରନ୍ଦର ସିଂ ଓ ଦଳର ବରିଷ୍ଠ ନେତାଙ୍କ ସମ୍ମୁଖରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନବଜୋତ ସିଂହ ସିଦ୍ଧୁ। ମଞ୍ଚରେ ସିଦ୍ଧୁଙ୍କ ନାମ ଘୋଷଣା ହେବା ପରେ ଅମିରନ୍ଦର ସିଂହଙ୍କ ଆଗରେ ବ୍ୟାଟରେ ବଡ଼ ଛକା ମାରିବା ଅନ୍ଦାଜରେ ହାତ ବୁଲାଇଥିଲେ ସିଦ୍ଧୁ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନ୍ଧୁଙ୍କ ଏହି ଭିଡିଓକୁ ନେଇ ପାଓ୍ବାର କରିଡରରେ ଚର୍ଚ୍ଚା ହେବାରେ ଲାଗିଛି।

ଶୁକ୍ରବାର ପଞ୍ଜାବ ପିସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ସୟମରେ ସିଦ୍ଧୁ କହିଛନ୍ତି, ଦଳର ଜଣେ ସାଧାରଣ ନେତା ଏବଂ ରାଜ୍ୟ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆଜି କଂଗ୍ରେସ ଏକଜୁଟ ହୋଇଛି। କାର୍ଯ୍ୟକର୍ତ୍ତାଙ୍କ ବିନା କୌଣସି ଦଳ ଗଠନ କରିବା ଅସମ୍ଭବ। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଦଳର ଆତ୍ମା। ସମସ୍ତଙ୍କୁ ସାଥିରେ ନେଇ ଚାଲିବି। ବାସ୍‌ ମୋ ଲକ୍ଷ୍ୟ ପଞ୍ଜାବର ଉନ୍ନତି। ତା ବ୍ୟତିତ ଆଉ କିଛି ମୋ ନଜରରେ ଆସୁନାହିଁ। ମୁଁ କେବଳ ପଞ୍ଜାବ ପାଇଁ କାମ କରିବି।

ଅମୃତସର ବିଧାୟକ ସିଦ୍ଧୁ ଆହୁରି କହିଛନ୍ତି, ଆଜିଠୁ ପଞ୍ଜାବ କଂଗ୍ରେସର ସମସ୍ତ ନେତା ରାଜ୍ୟ ସଂଗଠନର ମୁଖ୍ୟ ହୋଇଛନ୍ତି। ତେବେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଅମରିନ୍ଦର ସିଂହଙ୍କ ବ୍ୟତୀତ ରାଜ୍ୟ ପ୍ରଭାରୀ ହରୀଶ ରାଓ୍ବତ ମଧ୍ୟ ଉପସ୍ଥିତ ଥିଲେ। ପ୍ରଦେଶ ଗଂଗ୍ରେସ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶୁକ୍ରବାର ପାର୍ଟି କାର୍ଯ୍ୟାଳୟରେ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସାକ୍ଷାତ କରିଥି​‌ଲେ। କିନ୍ତୁ ପୂର୍ବରୁ ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା।