ନୂଆଦିଲ୍ଲୀ- ଟିମ୍ଇଣ୍ଡିଆର ଦୁଇ ଭରସାଯୋଗ୍ୟ କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ନିଜେ ହିଟମ୍ୟାନଙ୍କ କୋଚ୍। ଭାରତୀୟ କ୍ରିକେଟ୍ ପ୍ରଂଶସକଙ୍କ ଲାଗି ଏହା ଏକ ଖୁସିର ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରୋକୋ ଯୋଡ଼ି ଆଗାମୀ ଦିନିକିଆ ବିଶ୍ବକପରେ ଭାରତ ପାଇଁ ଖେଳିବେ ଏବଂ ବିଜୟୀ କରାଇବେ। ଏଭଳି ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଏବେ ଉଭୟ ଖେଳାଳି ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି। କୋହଲି ଦମଦାର ଫର୍ମରେ ନଜର ଆସିଛନ୍ତି। ଅନ୍ୟପଟେ ହିଟମ୍ୟାନ ସିକ୍କିମ ବିପକ୍ଷ ମ୍ୟାଚରେ ଏକ ଚମଦାର ଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ। ସେ ୯୭ ବଲରୁ ୧୫୫ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଦୁଇ ମହାନ ଖଳୋଳିଙ୍କ ଫର୍ମକୁ ଦେଖି ରୋହିତଙ୍କ ପିଲା ବେଳର କୋଚ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।

ରୋହିତଙ୍କ ପିଲା ବେଳର କୋଚ୍ ଦିନେଶ ଲାଡ କହିଛନ୍ତି କିରୋକୋ ଯୋଡ଼ି କେବଳ ୨୦୨୭ ବିଶ୍ବକପ ଖେଳିବେ ନାହିଁ ବରଂ ଇତିହାସ ରଚିବେ। ସେ କହିଛନ୍ତି କି,ଉଭୟ ଏବେ ଯେଭଳି ପ୍ରଦର୍ଶନ କରୁଛନ୍ତି ମୋର ବିଶ୍ବାସ ଉଭୟ ୨୦୨୭ ବିଶ୍ବକପ ଖେଳିବେ ଏବଂ ଟ୍ରଫି ଜିତିବେ। ମୁଁ ଏହାର ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଉଛି।

ଯଦି ଆମେ କ୍ରିକେଟ ବିଶେଷଜ୍ଞଙ୍କ କଥାକୁ ବିଶ୍ବାସ କରିବାତାହେଲେ ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇ ସାରିଥିବା ଏହି ଦୁଇ ମହାନ କ୍ରିକେରଙ୍କ ଦିନିକିଆ ଦଳରେ ରହିବା ନିହାତି ଆବଶ୍ୟକ। ଟେଷ୍ଟ ଦଳରୁ ଅବସର ନେବା ପରେ ଦଳର ସ୍ଥିତି ଏବେ କେମିତି ରହିଛି ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା। ନିକଟରେ ଅଷ୍ଟ୍ରେଲିଆ ଗସ୍ତ ଏବଂ ଦକ୍ଷିଣଆଫ୍ରିକା ବିପକ୍ଷ ଦିନିକିଆରେ ଉଭୟ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। କୋହଲି ଲଗାତାର ଭଲ ଫର୍ମରେ ରହିଛନ୍ତି। ଏବେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ନିଜର ଉଚ୍ଚକୋଟିର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ଏଣୁ ଏହି ଦୁଇ ମହାନ ଖେଳାଳି ଭାରତୀୟ ଦିନିକିଆ ଦଳ ପାଇଁ କେତେ ଜରୁରୀ ତାହା ସମସ୍ତଙ୍କୁ ବେଶ ଭଲ ଭାବେ ଜଣା। ଏଣୁ ଉଭୟ କେତେଦିନ ଖେଳ ଜାରି ରଖୁଛନ୍ତି ଏବଂ ବିଶ୍ବକପରେ ଭାଗ ନେଉଛନ୍ତି କି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର।