ଚେନ୍ନାଇ, ୧୩/ ୦୨: ଚେନ୍ନାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ସରିଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବାଟି କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ଓ୍ବିକେଟ ହରାଇ ମୋଟ ୩୦୦ ରନ୍ କରିବାରେ ସଫଳ ହୋଇଛି।
ରୋହିତଙ୍କ ୧୬୧ ଓ ରାହାଣେଙ୍କ ୬୭ ରନ୍ ବଳରେ ଟିମ୍ ଇଣ୍ଡିଆ ମଜବୁତ ସ୍ଥିତିରେ ଅଛି। କିନ୍ତୁ ରୋହିତ ଓ ରାହାଣେଙ୍କୁ ବାଦ ଦେଲେ କୌଣସି ଖେଳାଳି ବଡ଼ ସ୍କୋର କରି ପାରି ନାହାନ୍ତି। ଚେତେଶ୍ବର ପୂଜାରାଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ସେ ୨୧ ରନ୍ କରି ପ୍ୟାଭିଲିଅନ୍ ଫେରିଥଲେ। ସବୁଠୁ ବଡ଼ କଥା ହେଲେ ଶୁବମନ୍ ଗିଲ ଓ ବିରାଟ ବିନା ଖାତା ଖୋଲି ପ୍ୟାଭିଲିଅନ୍ ଫେରିଥିଲେ। ବିରାଟ '୦' ରେ ଆଉଟ୍ ହେବା ଫଳରେ ତାଙ୍କ ନାମରେ ଯୋଡ଼ି ହୋଇଛି ଏକ ଲଜ୍ଜାଜନକ ରେକର୍ଡ। ସେ ୧୧ ଥର '୦' ରନରେ ଆଉଟ୍ ହୋଇଛନ୍ତି।
ସର୍ବାଧିକ ଥର '୦'ରେ ଆଉଟ୍ ହୋଇଥିବା ଭାରତୀୟ ବ୍ୟାଟସମ୍ୟାନ୍:
ବୀରେନ୍ଦ୍ର ସେହଓ୍ବାଗ: ୧୬ ଥର
ଦୀଲୀପ ଭେଙ୍ଗସ୍କର-୧୫
ଭିିଭିଏସ୍ ଲକ୍ଷ୍ମଣ/ ପଙ୍କଜ ରାୟ/ ସଚିନ ତେନ୍ଦୁଲକର- ୧୪ ଥର
ସୌରଭ ଗାଙ୍ଗୁଲି-୧୩ ଥର
ସୁନୀଲ ଗାଭାସ୍କର-୧୨ ଥର
ବିରାଟ କୋହଲି-୧୧ ଥର
ମହିନ୍ଦ୍ରା ଅମରନା/ ବି ମୋଞ୍ଜରକର-୧୧ ଥର
ଉପରେ ଦିଆଯାଇଥିବା ଲିଷ୍ଟରୁ ବିରାଟ କୋହଲିଙ୍କୁ ବାଦ ଦେଲେ ଆଉ ସମସ୍ତ ଖେଳାଳି କ୍ରିକେଟରୁ ସନ୍ନ୍ୟାସ୍ ନେଇ ସାରିଛନ୍ତି। ଯଦି ବିରାଟ ଏମିତି ୦ ରନରେ ଆଉଟ୍ ହୁଅନ୍ତି ତେବେ ଏହି ତାଲିକାରେ ତାଙ୍କ ନାମ ସର୍ବାଗେ ଆସିବ। ଏବେ ଏହି ମାମଲାରେ ବିରାଟ ୬ଷ୍ଠ ସ୍ଥାନରେ ଅଛନ୍ତି।