ନୂଆଦିଲ୍ଲୀ,୦୪/୦୬; ବିରାଟ କୋହଲିଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି ବିରାଟ କୋହଲି । ବିରାଟ କୋହଲିଙ୍କ ଅନୁପସ୍ଥିତିର କାରଣ ଆଘାତ ସମସ୍ୟା । ବିସିସିଆଇ ସୂତ୍ରକୁ ମିଳିଥିବା ସୂଚନା ଅନୁସାରେ ବିରାଟ କୋହଲିଙ୍କ ହାମଷ୍ଟ୍ରିଙ୍ଗ୍ ଆଘାତ ସମସ୍ୟା ରହିଛି । ତେଣୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ସେ ଖେଳିବେ ନାହିଁ । ତଥାପି, ଏହି ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ବିରାଟ କୋହଲି ଚଳିତ ଆଇପିଏଲର ସମସ୍ତ ମ୍ୟାଚ୍ ଖେଳିଥିଲେ । ଗୁଜରାଟ ବିପକ୍ଷରେ ଫାଇନାଲ ଜିତି ତାଙ୍କ ଟିମ୍ ଆରସିବି ଦ୍ୱିତୀୟ ଥର ବ୍ୟାକ୍ ଟୁ ବ୍ୟାକ୍ ଆଇପିଏଲ୍ ଟ୍ରଫି ବି ଜିତିଛି । ଫାଇନାଲରେ କୋହଲି ବ୍ୟାଟିଂ କରୁଥିବା ବେଳେ ଆହତ ହୋଇଥିଲେ ।
ମେ ୩ରେ ଦଳରେ ଚୟନ, ୪ ଜୁନରେ ଆଉଟ୍ ! ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଟିମ୍ ଇଣ୍ଡିଆର ଦଳ ମେ ୧୯ ତାରିଖରେ ଘୋଷଣା କରାଯାଇଥିଲା । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହିତ ଏକଦିବସୀୟ ଦଳରେ ଚୟନ କରାଯାଇଥିଲା । ବିରାଟ କୋହଲି ଆଉ ଆଫଗାନିସ୍ତାନ ବିପକ୍ଷରେ ଖେଳୁଥିବାରୁ ଦେଖିବାକୁ ମିଳିବେ ନାହିଁ । ବିସିସିଆଇ ସୂତ୍ରରୁ ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ସେ ସିରିଜରେ ଖେଳିବେ ନାହିଁ । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁନ୍ ୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନିକିଆ ଧର୍ମଶାଳାରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ଜୁନ୍ ୧୭ ତାରିଖରେ ଲକ୍ଷ୍ନୌରେ ଖେଳାଯିବ । ତୃତୀୟ ଦିନିକିଆ ଜୁନ୍ ୨୦ ତାରିଖରେ ଚେନ୍ନାଇରେ ଖେଳାଯିବ । ସିରିଜ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କୁ ନେଇ ଏ ଖବର ଆସିବା ଦଳକୁ ଚିନ୍ତାରେ ପକାଇଛି ।
ବଢିଲା ଫ୍ୟାନ୍ସଙ୍କ ଅପେକ୍ଷା- ବିରାଟ କୋହଲି ସମ୍ପ୍ରତି ଆରସିବିକୁ ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ ୨୦୨୬ ଟାଇଟଲ ଜିତିବାରେ ବଡ଼ ଭୂମିକା ତୁଲାଇଥିଲେ । ୬୭୫ ରନ ସହିତ ସେ ଲିଗରେ ଆରସିବିର ସବୁଠାରୁ ସଫଳ ବ୍ୟାଟର ଥିଲେ । କ୍ରିକେଟ ପ୍ରଶଂସକମାନେ ଦିନିକିଆରେ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ, ତାଙ୍କର ହାମଷ୍ଟ୍ରିଙ୍ଗ୍ ଆଘାତ ପ୍ରଶଂସକଙ୍କ ପାଇଁ ସେହି ଅପେକ୍ଷାକୁ ବଢ଼ାଇ ଦେଇଛି । ବିରାଟ କୋହଲିଙ୍କ ଦିନିକିଆ ସିରିଜରୁ ବାଦ ପଡ଼ିବା ଖବର ପରେ, ସମସ୍ତଙ୍କ ନଜର ଏବେ ରୋହିତ ଶର୍ମାଙ୍କ ଉପରେ ରହିଛି । ରୋହିତ ମଧ୍ୟ ଫିଟନେସ ସହିତ ସଂଘର୍ଷ କରୁଛନ୍ତି । ବଡ଼ ପ୍ରଶ୍ନ ହେଉଛି ସେ ଆଫଗାନିସ୍ତାନ ବିପକ୍ଷରେ ସମ୍ପୂର୍ଣ୍ଣ ସିରିଜ ଖେଳିପାରିବେ କି ନାହିଁ । କାରଣ ଖବର ଆସୁଛି କି ରୋହିତଙ୍କୁ ଫିଟନେସ୍ ପରୀକ୍ଷା ଦେବାକୁ ପଡିବ ।
ଏହା ବି ପଢନ୍ତୁ...T20 Captain: ସୂର୍ଯ୍ୟଙ୍କ ଉପରେ ସଙ୍କଟ, ଶ୍ରେୟାସ ଆୟର ଆଗରେ; ଭାରତକୁ ମିଳିବ ନୂଆ କ୍ୟାପ୍ଟେନ୍, ଅଗରକରଙ୍କ 'ଗମ୍ଭୀର' ପ୍ଲାନ୍ କଣ ?
ଆଇପିଏଲ୍ ଫାଇନାଲରେ ହୋଇଥିଲେ ଆହତ - ଆଇପିଏଲ୍ ସିଜିନ ୧୯ର ଫାଇନାଲରେ ଗୁଜରାଟକୁ ୫ ୱିକେଟ୍ରେ ହରାଇ ଦ୍ୱିତୀୟ ଥର ଚାମ୍ପିଅନ ହୋଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୩୭ ବର୍ଷୀୟ ବିରାଟ ଚଳିତ ସିଜନରେ ଦମଦାର ପ୍ରଦର୍ଶନ କରିଥିଲେ । ୪୨ ବଲରେ ୭୫ରନର ଦମଦାର ପାଳି ଖେଳି ଦଳକୁ ଜିତାଇଥିଲେ । ଏହି ମ୍ୟାଚରେ କୋହଲି ଆହତ ସମସ୍ୟାରେ ପଡିଥିଲେ । କିନ୍ତୁ ସେ ଶେଷ ଯାଏ କ୍ରିଜରେ ରହିଥିଲେ ଏବଂ ଦଳକୁ ଜିତାଇଥିଲେ । ଫାଇନାଲ ମ୍ୟାଚ ପରେ ମେଡିକାଲ ଯାଞ୍ଚ ହୋଇଥିଲା । ସେଥିରୁ ଜଣାପଡିଛି ଯେ କୋହତି ଆହତ ସମସ୍ୟାରେ ପୀଡିତ ଅଛନ୍ତି । ଆହତର ଗଭୀରତାକୁ ନେଇ କୌଣସି ଅଧିକାରୀକ ସୂଚନା ମିଳିନାହିଁ । ତଥାପୁ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜକୁ ବାଦ ରହିବାକୁ ପଡିବ