ନୂଆଦିଲ୍ଲୀ,୦୪/୦୬; ଆଇପିଏଲ ୨୦୨୬ର ରୋମାଞ୍ଚ ଶେଷ ହୋଇଛି । କ୍ରିକେଟ୍ ପ୍ରେମୀମାନେ ଏବେ ଜୁନ୍ ୬ ରୁ ଆରମ୍ଭ ହେଉଥିବା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଚକର ଅନ୍ତର୍ଜାତୀୟ ସିରିଜ୍ ଦେଖିପାରିବେ । ଏହା ପରେ ଭାରତୀୟ ଦଳ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ସହିତ ମୁକାବିଲା କରିବ । ଆଗାମୀ ସିରିଜ୍ କୁ ବଡ଼ ମ୍ୟାଚ୍ ପାଇଁ ପ୍ରସ୍ତୁତି ଭାବରେ ମଧ୍ୟ ଦେଖାଯାଉଛି । ଆଶା କରାଯାଉଛି ଯେ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ T20 ସିରିଜ୍ ପାଇଁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହି ସମୟରେ, ଯେଉଁ ଯୁବ ଖେଳାଳିମାନେ ସମ୍ପ୍ରତି ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସୁଯୋଗ ମିଳିପାରେ। ଯଦି ଏଠାରେ ସେମାନଙ୍କର ପ୍ରଦର୍ଶନ ଭଲ ହୁଏ, ତେବେ ସେମାନେ ଭବିଷ୍ୟତରେ ଦଳର ନିୟମିତ ସଦସ୍ୟ ହୋଇପାରିବେ । ୨୦୨୬ ଟି-୨୦ ବିଶ୍ୱକପ୍ ଏବଂ ୨୦୨୬ ଆଇପିଏଲ୍ ରେ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ପରେ, ଭାରତୀୟ ଟି-୨୦ ଦଳର ଅଧିନାୟକତ୍ୱ ସମ୍ପର୍କରେ ଆଲୋଚନା ଜୋର ଧରିଛି। ସୂତ୍ର ଅନୁସାରେ, ଶ୍ରେୟାସ ଆୟର ନୂଆ ଅଧିନାୟକ ହେବା ପାଇଁ ସବୁଠାରୁ ଆଗରେ ଅଛନ୍ତି । ତିଲକ ବର୍ମା ଏବଂ ଇଶାନ କିଶାନଙ୍କୁ ଉପ-ଅଧିନାୟକ ପାଇଁ ଦାବିଦାର ବିବେଚନା କରାଯାଉଛି । ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ସହ ଯାତ୍ରା ସରିବାକୁ ଯାଉଛି । କେବଳ ଅଧିନାୟକ ନୁହେଁ ଆଗମୀ ଟି-ଟ୍ୱେଣ୍ଟି ସିରିଜରୁ ତାଙ୍କୁ ବାଦ ଦିଆଯାଇପାରେ । କିଛି ରିପୋର୍ଟ ଅନୁସାରେ ଅଧିନାୟକତ୍ୱ ରେସ୍‌ରେ ସଞ୍ଜୁ ସାମସନଙ୍କ ନାମ ବି ରହିଛି । କିନ୍ତୁ ଶ୍ରେୟାସ ଆୟର ଏହି ରେସ୍‌ରେ ଆଗରେ ରହିଛନ୍ତି ।

​​​​​​​ଭାରତ ଜୁନ୍ ୨୬ରୁ ଆୟର୍ଲାଣ୍ଡ ଏବଂ ଜୁଲାଇ ୧ରୁ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ପାଇଁ ଦଳ ଘୋଷଣା କରିବା ସମୟରେ ବିସିସିଆଇ ନୂଆ ଟି-ଟ୍ୱେଣ୍ଟି ଅଧିନାୟକ ଘୋଷଣା କରିପାରେ । କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସିସିଆଇ ଚୟନ କମିଟି ଶ୍ରେୟାସ ଆୟରଙ୍କୁ ନୂଆ ଅଧିନାୟକ ଭାବରେ ନିଯୁକ୍ତି କରିବାରୁ ରାଜି ହୋଇଥିବା ଦାବି କରାଯାଉଛି । ଟିମ୍ ଇଣ୍ଡିଆ ଉପ-ଅଧିନାୟକ ମଧ୍ୟ ବଦଳିବେ । ଅକ୍ଷର ପଟେଲଙ୍କଠାରୁ ଦାୟିତ୍ୱ ନିଆଯାଇ ତିଲକ ବର୍ମାଙ୍କୁ ନୂଆ ଭାଇସ୍ କ୍ୟାପ୍ଟେନ୍ ନିଯୁକ୍ତ କରାଯିବ । ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ବିଜୟୀ କ୍ୟାପ୍ଟେନ୍ ସୂର୍ଯ୍ୟକୁମାରଙ୍କ ଇସ୍ତଫା ସମ୍ପର୍କିତ ଖବର ଆସୁଛି । ବିସିସିଆଇ ଅନଲାଇନ୍ ଆପେକ୍ସ ବୈଠକରେ କମିଟି ଚୟନ କମିଟିକୁ ସୂର୍ଯ୍ୟଙ୍କ ସ୍ଥାନରେ ଆୟରଙ୍କୁ ସ୍ଥାନ ଦିଆଯିବା ଉପରେ ସହମତି ହୋଇଛି । ପ୍ରଶିକ୍ଷତ ଗୌତମ ଗମ୍ଭୀର ସଞ୍ଜୁ ସାମସନଙ୍କୁ ଅଧିନାୟକ ଭାବରେ ଚାହାନ୍ତି କିନ୍ତୁ ବିସିସିଆଇ ଏବଂ ମୁଖ୍ୟ ଚୟନକର୍ତ୍ତା ଆୟରଙ୍କୁ ଅଧିନାୟକ ଏବଂ ତିଲକଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରିବା ପାଇଁ ଚୁକ୍ତିରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ...SAFF Women’s Championship 2026: ଭୁଟାନକୁ ହରାଇ ଫାଇନାଲରେ ଭାରତ, ଆସନ୍ତାକାଲି ବାଂଲାଦେଶ ସହ ଟ୍ରଫି ଟକ୍କର

କାହିଁକି ଆଗରେ ଆୟର- ଅଢେଇ ବର୍ଷ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଦୁଇ ଦୁଇଟି ବିଶ୍ୱକପ ଖେଳିପାରିଲେ ନାହିଁ । ତଥାପି ଟି-ଟ୍ୱେଣ୍ଟି ଅଧିନାୟକତ୍ୱ ରେସରେ ଆଗରେ କାହିଁକି ସରପଞ୍ଚ ସାହେବ ? ରିପୋର୍ଟ ଆସୁଛି କି, ଶ୍ରେୟାସ ଆୟରଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଦଳର ନେତୃତ୍ୱ ଦିଆଯାଇପାରେ । ଗତ କିଛି ବର୍ଷ ମଧ୍ୟରେ, ସେ ତାଙ୍କ ଖେଳ ଏବଂ ଚତୁର ଅଧିନାୟକତ୍ୱରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯଦି ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କର ଅଧିନାୟକତ୍ୱ ଦକ୍ଷତା ପ୍ରଦର୍ଶିତ ହୁଏ, ତେବେ ସେ ଦଳର ନିୟମିତ ଅଧିନାୟକ ହୋଇପାରନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଖରାପ ରହିଛି । ଏହା ବ୍ୟତୀତ, ସେ ୩୫ ବର୍ଷ ବୟସର ଏବଂ ସେପ୍ଟେମ୍ବର ୨୪ ତାରିଖରଠୁ ୩୬ ବର୍ଷ ବୟସରେ ପଦାର୍ପଣ କରିବେ। ତେଣୁ, ଚୟନକର୍ତ୍ତାମାନେ ସକ୍ରିୟ ଭାବରେ ତାଙ୍କ ବଦଳ ଖୋଜୁଛନ୍ତି ।

ଶ୍ରେୟାସ ଆୟର ଗତ ଅଢ଼େଇ ବର୍ଷ ଧରି ଟି-୨୦ ଫର୍ମାଟରେ ଭାରତୀୟ ଦଳକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟ ମଧ୍ୟରେ ସେ ଦୁଇଟି ଟି-୨୦ ବିଶ୍ୱକପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ହରାଇଥିଲେ । ଲୋକମାନେ ତାଙ୍କ ଖେଳକୁ ନିରନ୍ତର ପ୍ରଶଂସା କରୁଥିଲେ, କିନ୍ତୁ ଦୁର୍ଭାଗ୍ୟ ଯୋଗୁଁ ସେ ବାରମ୍ବାର ମ୍ୟାଚ୍ ମିସ୍ କରିଥିଲେ । ଏବେ, ତାଙ୍କ ଭାଗ୍ୟ ବଦଳିବା ସହିତ, ସେ କେବଳ ଜଣେ ଖେଳାଳି ଭାବରେ ନୁହେଁ ବରଂ ଜଣେ ଅଧିନାୟକ ଭାବରେ ମଧ୍ୟ ଏକ ଲୋକପ୍ରିୟ ପସନ୍ଦ ପାଲଟିଛନ୍ତି । ଅଧିନାୟକ ଭାବରେ ଆୟରଙ୍କ ନିରନ୍ତର ଲୋକପ୍ରିୟତା ତାଙ୍କ IPL ପ୍ରଦର୍ଶନର ପ୍ରମାଣ । ଗତ କିଛି ସିଜିନରେ ତାଙ୍କର ସ୍ଥିର ପ୍ରଦର୍ଶନ ଚୟନକର୍ତ୍ତାମାନଙ୍କୁ ତାଙ୍କ ବିଷୟରେ ବିଚାର କରିବାକୁ ବାଧ୍ୟ କରିଛି ।

ଏହା ବି ପଢନ୍ତୁ... Shreyas Iyer: ଅଧିନାୟକ ପଦ ଯିବ, ଟି-୨୦ରେ ମିଳିବନି କି ସୁଯୋଗ ? ସୂର୍ଯ୍ୟଙ୍କୁ ନେଇ କାହିଁକି ଏମିତି ଚର୍ଚ୍ଚା  

​​​​​​​