୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

କନ୍ୟା: ବର୍ଷ ଆରମ୍ଭରୁ ଶନି ସପ୍ତମ ଜୁନ୍‌ ମାସ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ଦଶମ, କନ୍ୟା ରାଶିର ସବୁବର୍ଗର ବ୍ୟକ୍ତିମାନଙ୍କର ମାନସିକ, ପାରିବାରିକ ଅଶାନ୍ତି, ଦାମ୍ପତ୍ୟ ଜୀବନରେ କିମ୍ବା ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କର୍ମରେ ଅନାଗ୍ରହ ଭାବ, ସମସ୍ତ କର୍ମରେ ଅହେତୁକ ବିଳମ୍ବ ଏବଂ କର୍ମ ପ୍ରତି ବିପଦ ଆସିପାରେ । ବ୍ୟବସାୟୀମାନଙ୍କର ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ ପରିଶ୍ରମ ତୁଳନାରେ ଆୟ ବହୁତ କମ୍‌ ରହିବ । ଆର୍ଥିକ ଠକାମିରେ ପଡ଼ିବେ ଏବଂ ବକେୟା ଧନ ପାଇବାରେ ଅସମର୍ଥ ହେବେ । କର୍ମଜୀବୀମାନଙ୍କର କର୍ମ ପ୍ରତି ବିବାଦ ଆସିବ ଏବଂ ପରିଶ୍ରମ ତୁଳନାରେ ସଫଳତା ପାଇବାରୁ ବଞ୍ଚିତ ହେବେ । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମରେ ବିଳମ୍ବ ଘଟିବ ଏବଂ ପ୍ରେମରେ ଥିବା ପୁଅଝିଅମାନଙ୍କର ସମ୍ପର୍କ ତୁଟିଯାଇପାରେ । ବିଦ୍ୟାର୍ଥୀମାନେ ଶିକ୍ଷାରେ ଅସଫଳ ହେବେ ଏବଂ ସେମାନେ ଉପଯୁକ୍ତ ଅନୁଷ୍ଠାନରେ ଶିକ୍ଷାଲାଭରୁ ବଞ୍ଚିତ ହେବେ । କ୍ରୀଡ଼ାବିତ୍‌ମାନେ ଅସଫଳ ହେବେ ଏବଂ ଗୃହିଣୀମାନେ ପାରିବାରିକ ଅଶାନ୍ତି ଓ ସ୍ୱାସ୍ଥ୍ୟଗତ ସମସ୍ୟାରେ ସନ୍ତୁଳିତ ହେବେ ।

ଜୁନ୍‌ ୧ ତାରିଖ ପରେ ବୃହସ୍ପତି ଏକାଦଶ ଯୋଗୁ କନ୍ୟା ରାଶିର ସବୁବର୍ଗର ବ୍ୟକ୍ତିମାନେ ଆୟର ଶୁଭଫଳ ପାଇଲେ ମଧ୍ୟ ମନରେ ଆତ୍ମସନ୍ତୋଷ ପାଇବେ ନାହିଁ । ବ୍ୟବସାୟୀମାନେ ଉତ୍ତମ ଆୟ କରିବେ । କର୍ମଜୀବୀମାନେ ପ୍ରମୋଶନ ପାଇବେ । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମ ସମ୍ପନ୍ନ ହେବ । ପ୍ରେମରେ ଥିବା ପୁଅଝିଅମାନଙ୍କର ସମ୍ପକରେ ସୁଧାର ଆସିବ ଏବଂ ବିଦ୍ୟାର୍ଥୀ କ୍ରୀଡ଼ାବିତ୍‌, ଗୃହିଣୀ ଅତ୍ୟଧିକ ଶୁଭଫଳ ପାଇବେ ।  ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।