ଭୁବନେଶ୍ବର, ୨୯/୧୨: ଇଂରାଜୀ ନବ ବର୍ଷରେ ଠାକୁରଙ୍କୁ ଅନିଦ୍ରା ନ ରଖିବା ପାଇଁ ରାଜ୍ୟ ବିଶ୍ବ ହିନ୍ଦୁ ପରିଷଦର ଆହ୍ବାନ । ସାମ୍ୱାଦିକ ସମ୍ମିଳନୀ କରି ରାତିରେ ମହାପ୍ରଭୁଙ୍କ ଦର୍ଶନ ନକରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ସଂଘ । ଦୈନିକ ନୀତି ଅନୁଯାୟୀ, ମହାପ୍ରଭୁଙ୍କ ପହଡ଼ ପକାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟ ଅନୁରୋଧ କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସମ୍ପାଦକ ମହେଶ କୁମାର ସାହୁ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟିର ସଭାପତି ଗଜପତି ମହାରାଜ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଏନେଇ ଚିଠି ଲେଖିଛନ୍ତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ଆପତ୍ତି ନାହିଁ । ହେଲେ ପୂର୍ବରୁ ଚାଲୁଥିବା ରୀତିନୀତି ଅନୁଯାୟୀ ଦର୍ଶନ କରିବା ପାଇଁ ନିବେଦନ କରିଛି ବିଶ୍ୱ ହିନ୍ଦୁ ପରିଷଦ ।