ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଥମେ ୟୁକ୍ରେନ୍ ନଇଁଲା, ଏବେ ଆମେରିକା ଉପରେ ଚାପ: ଅସ୍ତ୍ରବିରତି ପାଇଁ ଋଷ ରଖିଲା ଏସବୁ ସର୍ତ୍ତ

Published By : Prameya | March 13, 2025 6:30 PM

ନୂଆଦିଲ୍ଲୀ,୧୩।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମାଧ୍ୟମରେ ୟୁକ୍ରେନ୍ ଉପରେ ଚାପ ପକାଇଥିଲେ ଋଷ। ଏହି କାରଣରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କୁ ନଇଁବାକୁ ପଡିଛି। ସେ ପ୍ରଥମ ପ୍ରଥମ ରାଉଣ୍ଡରେ ୩୦ ଦିନର ଅସ୍ତ୍ରବିରତୀ ଉପରେ ସହମତି ପ୍ରକାଶ କରିଛନ୍ତି। ଏବେ ଯେତେବେଳେ ଜେଲେନସ୍କି ରାଜି ହୋଇଯାଇଛନ୍ତି ସେତେବେଳେ  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ଉପରେ ମଧ୍ୟ ଚାପ ପକାଇବା ଆରମ୍ଭ କରିଛନ୍ତି। ସେ ଅସ୍ତ୍ରବିରତୀ ନେଇ ଲମ୍ବା ସର୍ତ୍ତର ଲିଷ୍ଟ ରଖିଛନ୍ତି। ତାଙ୍କର କହିବା ଅନୁସାରେ, ଯଦି ଏହି ଦାବୀକୁ ଆମେରିକା ସ୍ବୀକାର କରେ ଓ ୟୁକ୍ରେନ୍ ଉପରେ ଚାପ ପକାଏ ତେବେ ସେ ଅସ୍ତ୍ରବିରତୀକୁ ସ୍ବୀକାର କରିବେ। ଏପର୍ଯ୍ୟନ୍ତ ଏହା ସ୍ପ‌ଷ୍ଟ ହୋଇନି ପୁଟିନ୍ କ’ଣ ସବୁ ଦାବୀ ରଖିଛନ୍ତି, କିନ୍ତୁ ଏତିକି ତ ସ୍ପଷ୍ଟ ଯେ, ନାଟୋର ସଦସ୍ୟତା ୟୁକ୍ରେନ୍‌କୁ ନମିଳୁ, ତା’ର ଦାବୀ ପୁଟିନ୍ ନିହାତି ରଖିଛନ୍ତି।

ଋଷ ରାଷ୍ଟ୍ରପତିଙ୍କ ଘନିଷ୍ଠଙ୍କ କହିବା ଅନୁସାରେ, ପୁଟିନ୍ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଓ ନାଟୋ ପ୍ରତିଶୃତି ଦିଅନ୍ତୁ ୟୁକ୍ରେନକୁ ସଦସ୍ୟତା ଦେବେନି। ଏହାଛଡା ନାଟୋର ବିସ୍ତାରରେ  ଋଷର ପଡୋଶୀ ଦେଶକୁ ଏଥିରେ ସାମିଲ କରାନଯାଉ। ନାଟୋର ବିସ୍ତାର ପୂର୍ବ ୟୁରୋପରେ ନହେଉ ଏହି ସବୁ ଗ୍ୟାରେଣ୍ଟି ଏବେ ପୁଟିନ୍ ଚାହୁଁଛନ୍ତି। ୟୁକ୍ରେନ୍ ଉପରେ ଋଷର ଆକ୍ରମଣର ମଧ୍ୟ ଏହି କାରଣ ଥିଲା। ଋଷ ଲଗାତାର କହୁଥିଲା ଯେ, ନାଟେ ଦେଶ ପକ୍ଷରୁ ୟୁକ୍ରେନ୍‌ରେ ସେନା ମୁତୟନ କରାଯାଇପାରେ। ଏଭଳି ହେଲେ ତା’ର ସୀମା ପାଇଁ ବିପଦ ହୋଇପାରେ। ଏଭଳି ଉତ୍ତେଜନା ଭିତରେ ସେ ୟୁକ୍ରେନ୍ ଉପରେ ଫେବୃଆାରୀ ୨୦୨୨ ରେ ଭୀଷଣ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଏବେ ପୂର୍ବ ଅପେକ୍ଷା ଧିମା ଥିଲା, କିନ୍ତୁ ରହି ରହି ସଂଘର୍ଷ କରିବାର ସ୍ଥିତି ଜାରି ରହିଛି।

ଆମେରିକା ନିକଟରେ ଋଷର ଆଉ ଏକ ଦାବୀ ରହିଛି। ପୁଟିନ୍ ଚାହୁଁଛନ୍ତି ଯେ, ଆମେରିକା ଏହା ମାନୁ ଯେ, କ୍ରିମିୟା ସହ ୟୁକ୍ରେନ୍‌ର ସେହି ୪ଟି ଅଞ୍ଚଳର ଋଷର, ଯାହା ଉପରେ ସେ କବଜା କରିନେଇଛି। ନିକଟରେ ସାଉଦି ଆରବରେ ୟୁକ୍ରେନ୍ ଓ ଆମେରିକା ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ବୈଠକ ହୋଇଥିଲା। ଏଥିରେ ଜେଲେନସ୍କି କହିଥିଲେ, ଆମେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ, କିନ୍ତୁ ଏବେ ଋଷ ନୂଆ ସର୍ତ୍ତ ଲାଗୁ କରିଦେଇଛି। ପୁଟିନ୍ ସରକାର କହିଛନ୍ତି, ଏବେ ନାଟୋ ନିଜର ପ୍ରତିଶୃତି ପୂରଣ କରୁ ଯେ, ପୂର୍ବ ୟୁରୋପ ଓ ସେଣ୍ଟ୍ରାଏ ଏସିଆରେ ନିଜର ବିସ୍ତାର କରିବନି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.